ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀଙ୍କ ବ୍ରାଇଡ଼ାଲ ଫଟୋଶୁଟ୍‌, ଦେଖିଲେ ଥରେ ଆଖି ହଟିବନି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

 ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀଙ୍କ ବ୍ରାଇଡ଼ାଲ ଫଟୋଶୁଟ୍‌, ଦେଖିଲେ ଥରେ ଆଖି ହଟିବନି…

ମୁମ୍ୱାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ଭାରତର ମାନୁଷୀ ଛିଲ୍ଲର ଡାକ୍ତରୀ ପାଠପଢା ଜାରି ରଖିଥିବା ବେଳେ ବଲିଉଡ଼ରେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ଏ ଯାଏ କିନ୍ତୁ ସେ କୌଣସି ଫିଲ୍ମ  ସାଇନ୍‌ କରିନାହାନ୍ତି। ଇତିମଧ୍ୟରେ ମାନୁଷୀଙ୍କ ଏକ ବ୍ରାଇଡ଼ାଲ ଫଟୋଶୁଟ୍‌ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଡିଜାଇନର ସବ୍ୟସାଚୀଙ୍କ ଆଉଟ୍‌ଫିଟ୍‌ରେ ମାନୁଷୀ କୌଣସି ପରୀଠୁ କମ୍‌ ଲାଗୁ ନାହାନ୍ତି। ଏଭଳି ଗେଟଅପ୍‌ରେ ତାଙ୍କୁ ଥରେ ଦେଖିଲେ, ଆଖି ହଟୁ ନ ଥିବା ଫ୍ୟାନ୍‌ମାନେ କହିଛନ୍ତି  ।

ଏହି ୱେଡିଙ୍ଗ ଫଟୋଶୁଟ୍‌ ହିନ୍ଦ ମହାସାଗର ନିକଟ ସେଶୋଲ୍ସ ସମୁଦ୍ର କୂଳରେ ଶୁଟ୍‌ ହୋଇଛି। ନୀଳ ଜଳରାଶି, ବିସ୍ତୀର୍ଣ୍ଣ ସମୁଦ୍ର କୂଳ ବ୍ୟାକ୍‌ ଗ୍ରାଉଣ୍ଡରେ ହୋଇଥିବା ଏହି ଫଟୋ ଶୁଟ୍‌କୁ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଆଉଟଫିଟ୍‌ ବେଶ୍‌ ସୁଟ୍‌ କରୁଛି। ଏଥିରେ ମାନୁଷୀ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ୩ଟି ବ୍ରାଇଡାଲ ଆଉଟଫିଟ୍‌ ଓ ଜୁଏଲାରୀ ପରିଧାନ କରିଛନ୍ତି। ଅଫ୍‌ ହ୍ୱାଇଟ୍‌, ସି-ଗ୍ରୀନ୍‌ ଓ ପିଙ୍କ କଲରର ବ୍ରାଇଡ଼ାଲ ଡ୍ରେସ୍‌ ମାନୁଷୀଙ୍କ ଲାଗି ସବ୍ୟସାଚୀ ଡିଜାଇନ୍ କରିଥିଲେ।

ପ୍ରଥମ ଫଟୋଶୁଟ୍‌ରେ ମାନୁଷୀ ବିଚ୍‌ର ଅଫ୍‌ ହ୍ୱାଇଟ୍‌ କଲର୍‌କୁ ଶୁଟ୍‌ କଲା ପରି ଲେହଙ୍ଗା ପରିଧାନ କରିଥିଲେ। ତା’ ସାଙ୍ଗକୁ ଲାଇଟ୍‌ ଗୋଲଡେନ ଜୁଏଲାରୀ  ଟିମ ଅପ୍‌ କରିଥିଲେ।

ଦ୍ୱିତୀୟ ଫଟୋଶୁଟ୍‌ରେ ଏହି ବିଶ୍ୱ ସୁନ୍ଦରୀଜଣକ ସି-ଗ୍ରୀନ କଲରର ଫ୍ଲୋରାଲ ଲେହେଙ୍ଗା ସାଙ୍ଗକୁ ଗୋଲଡେନ ବ୍ଲାଉଜ୍‌ ମ୍ୟାଚ କରିଥିଲେ। ଫୁଲରେ ସଜା ହୋଇଥିବା ସାଇକେଲ ନିକଟରେ ଫଟୋ ପୋଜ ଦେବା ବେଳେ ଅପସରା ଭଳି ଲାଗୁଥିଲେ। ଏହି ଫଟୋରେ ମାନୁଷୀଙ୍କ ଗର୍ଜିଅସ୍‌ ଲୁକ୍‌ ଫ୍ୟାନ୍‌ଙ୍କୁ ଆକର୍ଷୀତ କରିବାକୁ ଯଥେଷ୍ଟ।

ତୃତୀୟ ଫଟୋଶୁଟ୍‌ରେ ମାନୁଷୀ ପିଙ୍କ କଲରର ଫ୍ଲୋରାଲ ଡ୍ରେସ୍‌ରେ ବହୁତ ମଡର୍ଣ୍ଣ ଓ ହଟ୍‌ ଲାଗୁଥିଲେ। ଏଥିରେ ମାନୁଷୀ ପରିଧାନ କରିଥିବା ସବ୍ୟସାଚୀଙ୍କ ଆଉଟଫିଟ୍‌ ବହୁତ କ୍ରିଏଟଭି, ୟୁନିକ୍‌ ଓ ଏକ୍ସଟ୍ରା ଅଡ଼ିନାରୀ ହୋଇଛି। ସବ୍ୟସାଚୀଙ୍କ ହାତର ଯାଦୁ, ତାଙ୍କ କଳାକାରୀ ସବୁ ଆଉଟ୍‌ଫିଟ୍‌ ଉପରେ ଲକ୍ଷ୍ୟ କରାଯାଇପାରୁଛି। ଭାରତୀୟ ବ୍ରାଇଡ଼ାଲ ଗେଟଅପ୍‌ରେ ଜଣେ ନାରୀ ଯେ କେତେ ସୁନ୍ଦର ଲାଗିପାରେ ମାନୁଷୀଙ୍କୁ ଦେଖିଲେ ହିଁ ବୁଝାପଡ଼ିଯାଉଛି।



from Odisha Reporter http://bit.ly/2FMUZpi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages