ଭୂଷଣ ଷ୍ଟିଲ ପାୱର ନାଁରେ ବ୍ଯାଙ୍କ ଠକେଇ ଅଭିଯୋଗ, ୧୮ଟି ସ୍ଥାନରେ ସିବିଆଇ ରେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଭୂଷଣ ଷ୍ଟିଲ ପାୱର ନାଁରେ ବ୍ଯାଙ୍କ ଠକେଇ ଅଭିଯୋଗ, ୧୮ଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ୨,୩୪୮ କୋଟି ବ୍ଯାଙ୍କ ଲୋନ ଠକେଇ ମାମଲାରେ ସିବିଆଇ ରବିବାର ଭୂଷଣ ଷ୍ଟିଲ ଆଣ୍ଡ ପାୱରର ୧୮ଟି ସ୍ଥାନରେ ରେଡ୍ କରିଛି। ଭୂଷଣର ଅଧ୍ଯକ୍ଷ ସଞ୍ଜୟ ସିଂହାଲ ଏବଂ ଅନ୍ଯ ଅଧିକାରଙ୍କ ନାଁରେ ଏହି ଲୋନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି।

୩୩ଟି ବ୍ଯାଙ୍କ ଏବଂ ଅନ୍ଯାନ୍ଯ ଋଣ ପ୍ରଦାନକାରୀ ଘରୋଇ ସଂସ୍ଥାରୁ ୨୦୦୭ରୁ ୨୦୧୪ ମଧ୍ଯରେ ଭୂଷଣ କମ୍ପାନୀ ୪୭, ୨୦୪ କୋଟି ଟଙ୍କା ଋଣ ନେଇଥିବା ଜଣାପଡ଼ିଛି। ହେଲେ ଭୂଷଣ କମ୍ପାନୀ ଋଣ ପୈଠ କରିନଥିବା ସିବିଆଇ ମୁଖପାତ୍ର କହିଛନ୍ତି। ଓଡ଼ିଶା, ଦିଲ୍ଲୀ, କୋଲକାତା, ଚଣ୍ଡିଗଡ଼ ସମେତ ୧୮ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ଯେଉଁଥିରେ କମ୍ପାନୀର ଅଫିସ ସମେତ ବରିଷ୍ଠ ଅଧିକାରୀଙ୍କ ଘର ମଧ୍ଯ ରହିଛି।

ତେବେ ବ୍ଯାଙ୍କ ଋଣ ପୈଠ କରିପାରୁନଥିବାର କାରଣ ଦର୍ଶାଇ କମ୍ପାନୀ କହିଛି ଯେ ଏବେ ୨, ୩୪୫ କୋଟି ଟଙ୍କା କ୍ଷତିରେ ଚାଲିଥିବାରୁ କମ୍ପାନୀ ଋଣ ପ୍ରଦାନ କରିବାରେ ଅସମର୍ଥ। ତେବେ କ୍ଷତି ନୁହଁ ଏହି ଟଙ୍କା କମ୍ପାନୀ ତାର କର୍ମଚାରୀ ଓ ବଡ଼ ଅଧିକାରୀଙ୍କ ମଧ୍ଯରେ ବାଣ୍ଟି ଦେଇଥିବା ସିବିଆଇ ଜାଣିବାକୁ ପାଇଛି।

ଏହି ୨୩୪୮ କୋଟି ଟଙ୍କା ଭୂଷଣ କମ୍ପାନୀ ପଞ୍ଚାବ ନ୍ଯାଶନାଲ ବ୍ଯାଙ୍କର (ଦିଲ୍ଲୀ ଏବଂ ଚଣ୍ଡିଗଡ଼ ଶାଖା), ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ସ (କୋଲକାତା), ଆଇଡ଼ିବିଆଇ(କୋଲକାତା) ଏବଂ ୟୁକୋ ବ୍ଯାଙ୍କ(କୋଲକାତା)ରୁ ଋଣ ଆଣିଥିଲା।

ସିବିଆଇ ଏ ନେଇ ଭୂଷଣ କମ୍ପାନୀର ଅଧ୍ଯକ୍ଷ ସଞ୍ଜୟ ସିଂହାଲ, ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚଣ୍ଡ ବର୍ମା, ରବୀନ୍ଦ୍ର କୁମାର ଗୁପ୍ତା ଏବଂ ରିତେଶ କାପୁର ନାମକ ଜଣେ ବ୍ଯକ୍ତି ନାଁରେ ମାମଲା ଦାୟର କରିଛି।



from Odisha Reporter http://bit.ly/2YVdqkp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages