ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍ ବର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍ ବର୍ଜନ

vote3

ପାରାଦୀପ/ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଭଳି ଏହି ପର୍ଯ୍ୟାୟରେ ବି ବିଭିନ୍ନ ସ୍ଥାନରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି।

ପାରାଦୀପର ଗରେଇ ପଞ୍ଚାୟତର ନାଳିଆପାଳ ଗ୍ରାମବାସୀ ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍‌ ବର୍ଜନ କରିଛନ୍ତି।

ସେହିପରି ଯାଜପୁର ଜିଲ୍ଲା ସୁକିନ୍ଦାର ବାରଗାଡ଼ିଆ ଦଳିସାହିର ୩୦୨ଟି ପରିବାରର ପ୍ରାୟ ୧ ହଜାର ଲୋକ ଭୋଟ୍ ବର୍ଜନ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରୁ ବିସ୍ଥାପନ ଦାବିରେ ସେମାନେ ଭୋଟ୍ ବର୍ଜନ କରିଛନ୍ତି। ଏନେଇ ପ୍ରଶାସନ ସେମାନଙ୍କୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛି ବୋଲି ସେମାନେ ଅଭିଯୋଗ କରିବା ସହିତ ଏହାର ପ୍ରତିବାଦରେ ଭୋଟ୍ ବର୍ଜନ କରିଥିବା କହିଛନ୍ତି।

ଅନ୍ୟପକ୍ଷରେ ଆଜି ଅନେକ ସ୍ଥାନରେ ଇଭିଏମ୍‌ ତ୍ରୁଟିରେ ଯୋଗୁ ଭୋଟ୍‌ ଗ୍ରହଣରେ ବିଳମ୍ବ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରଥମ ତିନିଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଲୋକେ ବିଭିନ୍ନ କାରଣରୁ ଭୋଟ୍ ବର୍ଜନ କରିଥିଲେ। କେଉଁଠି ବୁଥ୍ ୮ କିଲୋମିଟର ଦୂରରେ ପଡ଼ିବାରୁ ତ ଆଉ କେଉଁଠି ଗାଁର ବିଭିନ୍ନ ସମସ୍ୟାର ସମାଧାନ ହେଉ ନଥିବା ପ୍ରତିବାଦରେ ଲୋକେ ଭୋଟ୍ ବର୍ଜନ କରିଥିଲେ।



from Odisha Reporter http://bit.ly/2GRCv92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages