ଜାଡେଜାଙ୍କ ମୁଣ୍ଡକୁ ବ୍ୟାଟରେ ପିଟିଲେ ଧୋନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଜାଡେଜାଙ୍କ ମୁଣ୍ଡକୁ ବ୍ୟାଟରେ ପିଟିଲେ ଧୋନି!

ଚେନ୍ନାଇ: ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବଲ୍‌ରେ ଦଳକୁ ବେଶ୍‌ ସଫଳତା ଦେଇଥିବା ଚେନ୍ନାଇ ସୁପରକିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବେଶ୍‌ କିଛି କାରଣରୁ ପୂରା ଇନିଂସ୍‌ରେ ଚର୍ଚ୍ଚାରେ ରହିଥିଲେ। ସେ ପ୍ରଥମ ଥର ପାଇଁ କ୍ୟାପ୍‌ଟେନ୍‌ କୁଲ୍‌ ବଳୟ ଭିତରୁ ବାହାରି ଏକ ଅମ୍ପୟାରିଂ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ। ଏପରିକି ପଡ଼ିଆ ମଧ୍ୟକୁ ଚାଲିଆସିଥିଲେ। କିନ୍ତୁ ଏହି ଦୃଶ୍ୟ ବ୍ୟତୀତ ଆଉ ଏକ ଘଟଣା ମଧ୍ୟ ଉପସ୍ଥିତ ଦର୍ଶକଙ୍କୁ ତାଜୁବ୍‌ କରିବା ପରେ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଚର୍ଚ୍ଚିତ ରହିଛି।

ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କର ଏକ ଛକା ମୁଖ୍ୟ ଆକର୍ଷଣ ଥିଲା। ସେ ବଲ୍‌କୁ ହିଟ୍‌ କରି ତଳେ ପଡ଼ିଯାଇଥିଲେ, ତଥାପି ବଲ୍ ବାଉଣ୍ଡରୀ କ୍ଲିଅର କରିଦେଇଥିଲା। ତେବେ ତାଙ୍କୁ ତଳେ ପଡ଼ିଥିବାର ଦେଖି ଧୋନି ତାଙ୍କ ପାଖକୁ ଯାଇଥିଲେ। ତାଙ୍କ ପାଖକୁ ଯାଇ ଧୋନି ଏପରି କାମ କରିଥିଲେ, ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଥିଲେ। ସେପଟେ ଦଳ ପାଇଁ ୬ ରନ୍‌ ଯୋଡ଼ା ସରିଥିଲା, କିନ୍ତୁ ଧୋନି ଜାଡେଜାଙ୍କ ମୁଣ୍ଡକୁ ବ୍ୟାଟ୍‌ରେ ଛେଚିବାକୁ ଲାଗିଥିଲେ। ସେ ମଜାରେ ଏପରି କରିଥିଲେ ଏବଂ ଜାଡେଜା ଟାଣି ଓଟାରି ହୋଇ ଏପରି ଶଟ୍‌ ମାରିଥିବାରୁ ତାଙ୍କୁ ଆକଟ କରିବା ପାଇଁ ଧୋନିଙ୍କର ଏହି ଅବତାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ର ବିଜୟ ତାଙ୍କ ପାଇଁ ଅଧିନାୟକ ଭାବରେ ୧୦୦ତମ ବିଜୟ ଥିଲା।



from Odisha Reporter http://bit.ly/2KOplxN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages