
ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ବାପା ଗତକାଲି ସନ୍ଧ୍ୟାରେ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମପରେ ପୀଡିତାଙ୍କୁ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ରାଜନେତାଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଥିଲେ।
ଗତକାଲି ଯୁବତୀ ଜଣଙ୍କ ନିଜ ଦୋକାନରେ ଥିଲେ। ତାଙ୍କୁ ଜୋରଜବରଦସ୍ତ ଦୋକାନରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ଅଛି।
from Odisha Reporter http://bit.ly/2XG1bXF
No comments:
Post a Comment