ଅଖିଲେଶ ଓ ମାୟାବତୀ ବିଜେପି ଏଜେଣ୍ଟ: ଭୀମ ଆର୍ମି ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଅଖିଲେଶ ଓ ମାୟାବତୀ ବିଜେପି ଏଜେଣ୍ଟ: ଭୀମ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ଆଜି ବିଜେପିର ଏଜେଣ୍ଟ କହି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ତୀବ୍ର ସମାଲୋଚନା କରିଛନ୍ତି।

ଜୟପୁରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆଜାଦ ଏଭଳି ବୟାନ ଦେଇଛନ୍ତି। ମାୟାବତୀ କିଛି ଦିନ ତଳେ ତାଙ୍କୁ ବିଜେପି ଏଜେଣ୍ଟ କହିଥିବା ବେଳେ ଆଜି ଆଜାଦ ଏହାର ଜବାବ ଦେଇଛନ୍ତି। ଦଳିତଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ଆଜାଦ କହିଛନ୍ତି, “ ଦଳିତଙ୍କ ଉପରେ ଅତ୍ୟାଚାର କରୁଥିବା ଅଫିସରମାନଙ୍କୁ ଅଖିଲେଶ କ୍ଷମତାରେ ଥିବା ବେଳେ ପଦୋନ୍ନତି ଦେଇଥିଲେ। ଅଖିଲେଶଙ୍କ ବାପା ମୁଲାୟମ ସିଂହ ଯାଦବ ସଂସଦରେ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହୁଛନ୍ତି।

ତେଣୁ ସେମାନେ ବିଜେପିର ଏଜେଣ୍ଟ ଛଡ଼ା ଆଉ କିଛି ନୁହେଁ। ମୁଁ ସେମାନଙ୍କୁ ପ୍ରଶ୍ନ କରିବାରୁ ସେମାନେ ମୋତେ ଏଜେଣ୍ଟ ବୋଲି କହୁଛନ୍ତି। ହଁ ମୁଁ ବିଆର ଆମ୍ବେଦକରଙ୍କ ଜଣେ ଏଜେଣ୍ଟ। ଯଦି ମୋ ନିଜ ଲୋକ ମୋ ରାସ୍ତାରେ ନଥାଆନ୍ତେ, ତା’ହେଲେ ଅଖିଲେଶଙ୍କୁ ମୁଁ ଦେଖାଇଥାନ୍ତି କ୍ଷମତା କ’ଣ।

ଯଦି ଆମେ ତାଙ୍କୁ କ୍ଷମତାରେ ବସାଇଥିଲୁ, ତା’ହେଲେ ଆମେ ଚାହିଁଲେ ତାଙ୍କୁ ହରାଇପାରିବୁ। ମାୟାବତୀଙ୍କୁ ତାଙ୍କ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ଭୁଲ ପଥରେ ନେଉଛନ୍ତି। ତେଣୁ ଏଥିପ୍ରତି ମାୟାବତୀ ସତର୍କ ରହିବା ଦରକାର।”



from Odisha Reporter https://ift.tt/2WGb9HZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages