ବିଜେଡି ପାଇଁ ବୁମେରାଂ ହେଲାକି ‘କାଳିଆ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ବିଜେଡି ପାଇଁ ବୁମେରାଂ ହେଲାକି ‘କାଳିଆ’ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଲୋକଙ୍କ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରିଛି ବିଜେଡି ସରକାର। ୧ଟଙ୍କିଆ ଚାଉଳଠୁ ନେଇ କାଳିଆ ଭତ୍ତା ପର୍ଯ୍ୟନ୍ତ ସବୁକିଛି ଯୋଗାଡି ଦେଇଛି ଦଳ। ୨୦୧୯ ନିର୍ବାଚନ ପୂର୍ବରୁ ଏ ସବୁ ଯୋଜନାକୁ ଆଧାର କରି ଭୋଟ ମାଗୁଛନ୍ତି ପ୍ରାର୍ଥୀ। ହେଲେ ଭୋଟ ମାଗି ଯାଉଥିବା ବେଳେ ସାଧାରଣ ଲୋକଙ୍କ ଅକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ଯେଉଁ ହିତାଧିକାରୀ ଯୋଜନାର ସୁଫଳ ପାଇନାହାନ୍ତି ସେମାନଙ୍କ ପାଇଁ ବିଜେଡିର ଏହି ଯୋଜନା ହିଁ ବୁମେରାଂ ହେଉଛି। ପ୍ରକୃତ ହିତାଧିକାରୀ ଟଙ୍କା ପାଉ ନ ଥିବା ବେଳେ ଏହି ଅର୍ଥ ହେରଫେର ହେଉଥିବା ଅଭିଯୋଗ ହେଉଛି। ଏଣୁ ଏହି ଯୋଜନା ଏଥର ବିଜେଡି ପାଇଁ ବୁମେରାଂ ହେବ ବୋଲି କହୁଛନ୍ତି ବୁଦ୍ଧିଜୀବୀ।

ନିକଟରେ ସୋଶାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବିଜେଡିର ତଥାକଥିତ ମନଲୋଭା ଯୋଜନାରୁ ବଞ୍ଚିତ ଜଣେ ମହିଳା ଭିନ୍ନ ଢଙ୍ଗରେ ପ୍ରତିବାଦ କରୁଛନ୍ତି।

“କାଳିଆ ଯୋଜନା ଟଙ୍କା ପାଇଲ ତମେ, ୫ ହଜାର ପାଇଲ ତମେ, ୨ ହଜାର ପାଇଲ ତମେ, ବିପିଏଲ୍‌ ଚାଉଳ ପାଇଲ ତମେ, କିରୋସିନି, ଚାଉଳ ପାଇଲ ତମେ ଆଉ ଭୋଟ ଦେଲୁ ଆମେ”

ମହିଳା ଜଣଙ୍କ ଏହି ଅକ୍ରୋଶାତ୍ମକ ଉତ୍ତର ଶୁଣି ହଡ଼ବଡେଇ ଗଲେ ଭୋଟ ମାଗି ଆସିଥିବା ପ୍ରାର୍ଥୀଙ୍କ ସମର୍ଥକ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଶ୍ନ କଲେ,

“ମାଉସୀ ଭୋଟ କାହକୁ ଦେଇଥିଲ ?”

କଥା ଶୁଣି ପ୍ରତିବାଦ ସ୍ୱରରେ ଉକ୍ତ ମହିଳା ଜଣକ କୌଣସି ଦଳର ନାଁ ନ ନେଇ କହିଥିଲେ “ଆ ଫୁଁ”

ମହିଳା ଜଣଙ୍କ ଏ ଆ ଫୁଁ କାହା ଉଦ୍ଦେଶ୍ୟରେ ଆଉ କେଉଁ ଦଳକୁ ଇଙ୍ଗୀତ କରୁଛି ତାହା ସାଧାରଣ ପାଠକ ଠିକ୍‌ ବୁଝିଥିବେ ବୋଲି ଆଶା। ହେଲେ ଯଦି ଆମ କଥାରେ ବିଶ୍ୱାସ ହେଉନି ଆପଣ ଏହି ଭଡିଓଟି ନିଶ୍ଚିତ ଦେଖନ୍ତୁ ।



from Odisha Reporter http://bit.ly/2DbxXbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages