
କଣ୍ଟାବାଞ୍ଜି (ସୁରଦାସ ବାଗ୍): ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ସାରଳା ନାମକ ଏକ ଘରୋଇ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। କଣ୍ଟାବାଞ୍ଜି ଥାନା କନ୍ଦବାହାଲ ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଏକ ଦୋକାନ ଭିତରେ ପଶି ଯାଇଥିଲା। ଦୁର୍ଘଟଣା ବେଳେ ଦୋକାନରେ କେହି ନଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ସେହିପରି ବସ୍ର ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି।
ଏହି ଘଟଣାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ରାସ୍ତାରୋକ କରିଥିଲେ। ହଂପ୍ସ ନଥିବାରୁ ଏ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସେମାନେ ଅଭିଯୋଗ କରିଥିଲେ। କଣ୍ଟାବାଞ୍ଜି ପୁଲିସ୍ ବୁଝାସୁଝା କରିବା ସହିତ ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତାରୋକରୁ ହଟିଥିଲେ।
from Odisha Reporter http://bit.ly/2IyLBtA
No comments:
Post a Comment