
ଜୟପୁର: ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଥମଥର ପାଇଁ ରାଜନୀତିକୁ ଟାଣିଛି କଂଗ୍ରେସ। ରାମନାଥ କୋବିନ୍ଦ ଦଳିତ ହୋଇଥିବାରୁ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜନରେ ସମାନତାର ବାର୍ତ୍ତା ଦେବାକୁ ତାଙ୍କୁ ରାଷ୍ଟ୍ରପତି କରାଯାଇଥିଲା ବୋଲି ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗେହଲଟ କହିଛନ୍ତି, “ଲୋକମାନେ କହୁଛନ୍ତି ୨୦୧୭ ଗୁଜରାଟ ନିର୍ବାଚନକୁ ଦୃଷ୍ଟିରେ ରଖି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯାଇଥିଲା। ମୁଁ ଏ ସଂକ୍ରାନ୍ତ ଏକ ସ୍ତମ୍ଭ ପଢ଼ିଛି। ଗୁଜରାଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନ କରିପାରିବେ ନାହିଁ ବୋଲି ଭଲ ଭାବେ ଜାଣିଥିଲେ। ଏନେଇ ବିଜେପି ଆଶଙ୍କାରେ ରହିଥିଲା।
ଏହି ସମୟରେ ବୋଧେ ବିଜେପି ମୁଖ୍ୟ ଅମିତ ଶାହ ହିଁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ଦେଇଥିଲେ। ଏଲକେ ଆଡଭାନୀ ରାଷ୍ଟ୍ରପତି ହେବେ ବୋଲି ସମସ୍ତେ ଜାଣିଥିଲେ। ହେଲେ ତାଙ୍କୁ ବିଜେପି ଅଣଦେଖା କଲା। ଅବଶ୍ୟ ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର। ମୁଁ କେବଳ ଏକ ସ୍ତମ୍ଭ ଏ ସଂକ୍ରାନ୍ତରେ ପଢ଼ିଥିଲି। ତେଣୁ ଆପଣମାନଙ୍କୁ କହୁଛି।”
ରାମନାଥ କୋବିନ୍ଦ ଜୁଲାଇ ୨୦୧୭ରେ ରାଷ୍ଟ୍ରପତି ହୋଇଥିଲେ ଏବଂ ଡିସେମ୍ବର ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ହୋଇଥିଲା।
from Odisha Reporter http://bit.ly/2PcAI0X
No comments:
Post a Comment