ଶିଶୁ ସନ୍ତାନକୁ କୋଳରେ ଧରି ପ୍ରଚାର କଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଶିଶୁ ସନ୍ତାନକୁ କୋଳରେ ଧରି ପ୍ରଚାର କଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ବେଳେ ଅନେକ ରୋଚକ ଘଟଣା ନଜରକୁ ଆସେ। କାହାର ପ୍ରଚାର ଶୈଳୀ ନିଆରା ତ କାହାର ପୋଷାକ ନିଆରା। ପଶ୍ଚିମବଙ୍ଗରେ ଏମିତି ଜଣେ ମହିଳା ପ୍ରାର୍ଥୀଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ଯିଏ କି ତାଙ୍କର ଦେଢବର୍ଷର ସନ୍ତାନକୁ କୋଳରେ ଧରିଥିଲେ। ପ୍ରାର୍ଥୀଙ୍କ ନାଁ ରୂପାଲି ବିଶ୍ୱାସ । ସେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ଟିକଟରେ ଲଢୁଛନ୍ତି।

ରୂପାଲିଙ୍କ ସ୍ୱାମୀ ସତ୍ୟଜିତ ବିଶ୍ୱାସ ଥିଲେ ବିଧାୟକ। ଗତ ସରସ୍ୱତୀ ପୂଜା ସମୟରେ ଘର ପାଖରେ ଥିବା ଏକ ପୂଜାମଣ୍ଡପରେ ସତ୍ୟଜିତ ଥିବାବେଳେ ତାଙ୍କୁ କେହି ଗୁଳିକରି ହତ୍ୟା କରିଥିଲେ। ସ୍ୱାମୀଙ୍କ ବିୟୋଗରେ ଭାଙ୍ଗି ପଡ଼ିଥିବା ରୂପାଲିଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାନାଘାଟ ଲୋକସଭା ଆସନ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ତା ପରେ ରୂପାଲି ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ସବୁଠାରୁ କନିଷ୍ଠ ସାଂସଦ ପ୍ରାର୍ଥୀ ହେଉଛନ୍ତି ରୂପାଲି। ତାଙ୍କର ଦେଢବର୍ଷର ପୁତ୍ର ସନ୍ତାନ ଅଛି। ପୁଅକୁ କେଉଁଠି ରଖିବାର ସୁବିଧା ନ ନ ଥିବାରୁ ରୂପାଲି ପୁଅକୁ ନେଇ ପ୍ରଚାରକୁ ଯାଉଥିଲେ। ପୁଅକୁ ଧରି ବିଭିନ୍ନ ୱାର୍ଡ ବୁଲୁଥିଲେ। ଭୋଟରଙ୍କୁ ଭେଟୁଥିଲେ । ସେମାନଙ୍କ ଦୁଃଖସୁଖ ବୁଝୁଥିଲେ। ତେବେ ରାଜନୀତିରେ ନୂଆ ହୋଇଥିବାରୁ ସେ ପ୍ରଚାର ବେଳେ ସେ ବିଶେଷ କିଛି କହିପାରୁ ନଥିଲେ । କିନ୍ତୁ ତାଙ୍କ କୋଳରେ ନିରୀହ ଶିଶୁକୁ ଦେଖି ଲୋକଙ୍କ ସହାନଭୂତି ସାଉଁଟିବାରେ ସଫଳ ହୋଇଥିଲେ। ବିଶେଷକରି ମହିଳା ଭୋଟରମାନ ଭାବପ୍ରବଣ ହୋଇପଡିଥିଲେ। ଆଜି ରୂପାଲିଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି। ଦେଖାଯାଉ, ତାଙ୍କ ଭାଗ୍ୟ କିପରି ଲେଖୁଛନ୍ତି ଭୋଟର!



from Odisha Reporter http://bit.ly/2ZJh01u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages