
ହାଇଦ୍ରାବାଦ: ଦିଲ୍ଲୀ କ୍ଯାପିଟାଲର ତିନି ବିଦେଶୀ ବୋଲରଙ୍କ ଧୂଆଁଧାର ବୋଲିଂ ଆଗରେ ପରାଜୟ ସ୍ବୀକାର କରିଛି ସନରାଇଜର୍ସ ହାଇଦ୍ରାବାଦ। ମ୍ଯାଚ ଆରମ୍ଭରୁ ହାଇଦ୍ରାବଦ ଆକ୍ରମଣାତ୍ମକ ଖେଳୁଥିଲା କିନ୍ତୁ ଶେଷ ୮ ୱିକେଟ୍ ମାତ୍ର ୧୬ ରନରେ ହରାଇଥିଲା। ପରିଣାମସ୍ବରୂପ ପରାଜୟ ଦ୍ବାରରେ ଥିବା ଦିଲ୍ଲୀ କ୍ଯାପିଟାଲ ନାଟକୀୟ ଭାବରେ ମ୍ଯାଚକୁ ପ୍ରତ୍ଯାବର୍ତ୍ତନ କରିଥିଲା ଏବଂ ଚଳିତ ସିଜିନର ୩୦ ତମ ଆଇପିଏଲ ମ୍ଯାଚ ଜିତିବାରେ ସକ୍ଷମ ହୋଇଛି।
ଟସ ହାରିବା ପରେ ପ୍ରଥମେ ବୋଲି କରିବା ପାଇଁ ହାଇଦ୍ରାବାଦ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ଯାପିଟାଲ ପ୍ରଥମେ ବ୍ଯାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନ କରିବାରେ ସକ୍ଷମ ହୋଇଥିଲା। ଏହାପରେ ଜବାବରେ ୩୯ ରନ ପୂର୍ବରୁ ମାତ୍ର ୧୧୬ ରନ କରି ୧୮.୫ ଓଭରରେ ଅଲଆଉଟ ହୋଇଥିଲା ହାଇଦ୍ରାବାଦ୍।
ଦିଲ୍ଲୀ କ୍ଯାପିଟାଲ ପକ୍ଷରୁ ତିନି ବିଦେଶୀ ବୋଲର କାଗିସୋ ରବାଦା ୪ଟି, କିମୋ ପଲ୍ ୩ଟି ଏବଂ କ୍ରିସ୍ ମୋରିସ୍ ୩ଟି ୱିକେଟ ନେଇ ସମସ୍ତ ୧୦ ୱିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥଲେ। ବେୟାରଷ୍ଟୋ ଛଡ଼ା ଅନ୍ୟ କୌଣସି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ତେବେ ଦିଲ୍ଲୀର ୩ ବୋଲର ଭଲ ବୋଲିଂ କରିଥିଲେ ମଧ୍ଯ କିମୋ ମ୍ଯାନ ଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
from Odisha Reporter http://bit.ly/2GeR313
No comments:
Post a Comment