ବ୍ୟାଲଟ ପେପର ପ୍ରସଙ୍ଗରେ କଂଗ୍ରେସ ଇସ୍ତାହାର ଚୁପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବ୍ୟାଲଟ ପେପର ପ୍ରସଙ୍ଗରେ କଂଗ୍ରେସ ଇସ୍ତାହାର ଚୁପ୍

ନୂଆଦିଲ୍ଲୀ: ଇଭିଏମକୁ ନେଇ କଂଗ୍ରେସ ପଲ୍ଲୀରୁ ପାର୍ଲାମେଣ୍ଟ ହୋ ହାଲ୍ଲା କରୁଥିବାବେଳେ କ୍ଷମତାକୁ ଆସିଲେ ବ୍ୟାଲଟ ପେପରରେ ମତଦାନ କରାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ଘୋଷଣାପତ୍ରରେ କିନ୍ତୁ ଦଳ ସ୍ପଷ୍ଟ କରିଛି ଯେ ଇଭିଏମକୁ ଟ୍ୟାମ୍ପର ପ୍ରୁଫ କରାଇବ।
ପ୍ରଥମ ପର୍ଯ୍ୟାୟ ମତଦାନର ୧୦ ଦିନ ପୂର୍ବରୁ କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ର ପ୍ରକାଶ କରିଛି। ଯେଉଁଥିରେ ନିର୍ବାଚନୀ ବଣ୍ଡ ଶାସକ ଦଳ ବିଜେପିକୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି। କ୍ଷମତାକୁ ଆସିଲେ ନିର୍ବାଚନୀ ବଣ୍ଡରେ ସ୍ବଚ୍ଛତା ଆସିବ ବୋଲି କଂଗ୍ରେସ କହିଛି।
ଚଳିତ ନିର୍ବାଚନର ପ୍ରାର୍ଥୀ ତାଲିକା ଘୋଷଣା ବେଳେ ଇଭିଏମକୁ ନେଇ ଟିଡ଼ିପି ସମେତ କଂଗ୍ରେସ, ଜେଡ଼ିଏସ ୨୦ଟି ଦଳ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରେ ନିର୍ବାଚନ ଫଳାଫଳ ଘୋଷଣା କରିବା ପୂର୍ବରୁ ୫୦ ପ୍ରତିଶତ ଇଭିଏମ ଭୋଟ ଓ ଭିଭିପ୍ୟାଟ ପେପର ଟ୍ରେଲ ମିଳାଇବାକୁ ଦାବି କରିଥିଲେ ବିରୋଧୀ।
ଏବେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ନିର୍ବାଚନ କମିଶନ ନିଜ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଚଳିତ ଥର ଏମିତି ହେଲେ ଫଳାଫଳ ବିଳମ୍ବରେ ବାହାରିବ। ତେଣେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ କହିଛି କ୍ଷମତାକୁ ଆସିଲେ ପ୍ରତି ନିର୍ବାଚନରେ ଇଭିଏମ ଓ ଭିଭିପ୍ୟାଟର ୫୦ ପ୍ରତିଶତ ଭୋଟ ମିଳାଇବାର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛି।


from Odisha Reporter https://ift.tt/2OHO7O0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages