
ଗୌହାଟି: ଆଜିକାଲିର ସମାଜରେ କାମ କରୁଥିବା ପ୍ରତେକ ବ୍ୟକ୍ତିଙ୍କ ମଧ୍ୟରୁ ଆପଣ କେତେ ଜଣଙ୍କୁ ସଚ୍ଚୋଟ୍ ବା ନିଷ୍ଠାର ସହ କାମ କରୁଥିବାର ଦେଖିଛନ୍ତି। ଏହା ବହୁତ କମ୍ ଆମ ସମାଜରେ ଘଟିଥାଏ। ଏଠାରେ ପ୍ରତି ବ୍ୟକ୍ତି କାମ ନ କରିବା ପାଇଁ ବାହାନା ଖୋଜିଥାନ୍ତି । କିନ୍ତୁ ଏଠାରେ ଜଣେ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛି , ଯେ କୌଣସି ବି କଠିନ ପରିସ୍ଥିତିରେ ନିଜ କର୍ତ୍ତବ୍ୟରେ ଅବେହଳା କରି ନାହାନ୍ତି। ଯାହାଙ୍କ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ସହ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।
ତେବେ ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ?
ରବିବାର ଦିନ ଆସାମର ଗୌହାଟିରେ ମୁଷଳଧାରାରେ ବର୍ଷା ହୋଇଥିଲା। ଯେଉଁଥିପାଇଁ ଟ୍ରାଫିକ୍ ପୂରା ଜାମ୍ ହୋଇଯାଇଥିଲା। ସେହି ସମୟରେ ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ୍ ପୁଲିସ୍ଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଆସାମ ପୁଲିସ୍ ସେହି ଭିଡିଓକୁ ଟ୍ୱିଟ୍ କରି ସେୟାର୍ କରିଛନ୍ତି। ସେଥିରେ କୁହାଯାଇଛି ଯେ, ଟ୍ରାଫିକ୍ ପୁଲିସ୍ ମିଥୁନ୍ ଦାସ୍ ଏତେ ଜୋରରେ ହେଉଥିବା ବର୍ଷାରେ ମଧ୍ୟ ଠିଆ ହୋଇ ଡ୍ୟୁଟି କରୁଛନ୍ତି। ଏଥିପାଇଁ ସବୁଆଡୁ ତାଙ୍କୁ ବହୁତ ପ୍ରଶଂସା ମିଳିଛି।
Dedication is thy name!
We salute AB Constable Mithun Das (Basistha PS) of @GuwahatiPol , for his exceptional devotion towards duty and showing us how dedication can turn a storm into a sprinkle.
Kudos!
Video Courtesy: Banajeet Deka pic.twitter.com/c6vfHaQBlT
— Assam Police (@assampolice) March 31, 2019
ଆସାମର ରାଜଧାନୀ ଗୌହାଟିର ଟ୍ରାଫିକ୍ କନେଷ୍ଟବଲ୍ ମିଥୁନ୍ ଦାସ୍। ମୂଷଳଧାରାରେ ହେଉଥିବା ବର୍ଷାକୁ ସେ ତିଳେମାତ୍ର ଖାତିର୍ ନ କରି ଟ୍ରାଫିକ୍ ପୋଷ୍ଟରେ ଠିଆ ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ସେ ବର୍ଷାରୁ ରକ୍ଷା ପାଇବା ପାଇଁ ରେନ୍କୋଟ୍ ମଧ୍ୟ ପିନ୍ଧି ନାହାନ୍ତି। ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି। ଏଥିରେ ଏକ ଖାସ୍ କଥା ହେଉଛି ଯେ, ଏହି ଭିଡିଓକୁ ଆସାମ ପୁଲିସ୍ ସୋଶାଲ୍ ମିଡିଆରେ ସେୟାର୍ କରିଛନ୍ତି।
The visuals of the traffic Constable Mithun Das (Basistha PS) are truly inspirational.
I personally talked to him and conveyed my appreciations.
I also hail all the @assampolice Personnel like him, who stand against such adversities everyday, without being recorded. https://t.co/2IsLHfsXQs
— Kula Saikia, IPS (@saikia_kula) March 31, 2019
ଭିଡିଓକୁ ସେୟାର କରି ସେ ଲେଖିଛନ୍ତି ଯେ, “ସମର୍ପଣ ତୁମ ନାମ। ବରିଷ୍ଠ ପୁଲିସ୍ କନେଷ୍ଟବଲ୍ ମିଥୁନ୍ ଦାସ୍ଙ୍କୁ ତାଙ୍କ ଡ୍ୟୁଟି ପ୍ରତି ଥିବା ଅସାଧାରଣ ନିଷ୍ଠା ଏବଂ ସମର୍ପଣ ଦେଖାଇ ଥିବାରୁ ଆମେ ତାଙ୍କୁ ସାଲ୍ୟୁଟ୍ କରୁଛୁ। କର୍ତ୍ତବ୍ୟ ପ୍ରତି ତାଙ୍କର ଅସାଧାରଣ ନିଷ୍ଠା ଆମକୁ ଏହା ଦେଖାଇ ଦେଉଛି ଯେ, କିପରି ସମର୍ପଣ ଆଗରେ ମୂଷଳଧାରାର ବର୍ଷା ମଧ୍ୟ ରିମ୍ଝିମ୍ ବର୍ଷାରେ ବଦଳି ପାରେ।
ଆସାମର ଡିସିପି ମଧ୍ୟ କନେଷ୍ଟବଲ୍ ମିଥୁନ୍ଙ୍କୁ ଅନେକ ସାଧୁବାଦ ଜଣାଇଥିଲେ। ସେ, ଲେଖିଥିଲେ ଯେ, ମିଥୁନ୍ଙ୍କ ଏହି ଭିଡିଓ ପ୍ରେରଣାଦାୟକ। ଫୋନ୍ ଯୋଗେ ମୁଁ ନିଜେ ମଧ୍ୟ ତାଙ୍କୁ ପ୍ରଶଂସା କରିଛି।
from Odisha Reporter https://ift.tt/2CJLRkP
No comments:
Post a Comment