ଜଣେ ବି ପ୍ରାର୍ଥୀ ମୋ ଇଚ୍ଛାରେ ଦିଆଯାଇନି: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଜଣେ ବି ପ୍ରାର୍ଥୀ ମୋ ଇଚ୍ଛାରେ ଦିଆଯାଇନି: ନିରଞ୍ଜନ

niranjan1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପ୍ରାର୍ଥୀ ଚୟନ ନେଇ କଂଗ୍ରେସରେ ଚାଲିଥିବା ଆରୋପ ପ୍ରତ୍ୟାରୋପକୁ ନେଇ ହାତ ଟେକି ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ଜଣେ ବି ପ୍ରାର୍ଥୀ ତାଙ୍କ ଇଚ୍ଛାରେ ଦିଆଯାଇନି।

ନିରଞ୍ଜନ କହିଛନ୍ତି, ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତ୍ତି। ଏଥର ଦଳ ୮୩ ନୂଆମୁହଁଙ୍କୁ ଟିକେଟ୍ ଦେଇଛି।  ତେବେ ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ତେଣୁ ଅସନ୍ତୋଷ ଦେଖାଦେବା ସ୍ୱାଭାବିକ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୋ ଉପରେ ସମସ୍ତଙ୍କ ରାଗ। ମୁଁ ନିଜେ ଧର୍ମ ସଙ୍କଟରେ ପଡ଼ିଛି।

ଧର୍ମଶାଳା ଟିକେଟ୍‌କୁ ନେଇ ପିସିସି ସଭାପତି କହିଛନ୍ତି ଯେ ସେଠାରେ ସ୍ମୃତିରେଖା ପହିଙ୍କ ପ୍ରାର୍ଥିତ୍ୱ ବଳବତ୍ତର ରହିଛି। ଏହି ଆସନରୁ କିଷାନ ପଣ୍ଡାଙ୍କ ନାଁ ଘୋଷଣା ହୋଇଥିଲେ ବି ତାଙ୍କୁ ଟିକେଟ ମିଳି ନଥିଲା।

ସ୍ମୃତିରେଖାଙ୍କ ନାଁ କାଟି ଦଳ ଏଠାରୁ କିଷାନ ପଣ୍ଡାଙ୍କ ନାଁ ଘୋଷଣା କରିଥିଲା। ତେବେ ଟିକେଟ ନପାଇ କିଷାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ।  କିଷାନଙ୍କୁ ବୁଝାଇ ଦିଆଯାଇଛି ବୋଲି ପିସିସି ସଭାପତି କହିଛନ୍ତି।

ଜୟଦେବ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ନାମାଙ୍କନ ନାକଚ ହୋଇଯାଇଥିବା ବେଳେ ଦଳ ସେଠାକାର ସ୍ୱାଧୀନ ପ୍ରାର୍ଥୀ ରାଘବ ସେଠୀଙ୍କୁ ସମର୍ଥନ କରିବ ନିରଞ୍ଜନ କହିଛନ୍ତି।

 



from Odisha Reporter http://bit.ly/2UIrAq6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages