
ନୂଆଦିଲ୍ଲୀ: ଗତକାଲି କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାର ପତ୍ରର ପ୍ରଚ୍ଛଦପଟରେ ରାହୁଲ ଗାନ୍ଧିଙ୍କ ଫଟୋ ଛୋଟିଆ କରା ଯାଇଥିବାରୁ ୟୁପିଏ ଚେୟାରମ୍ୟାନ ତଥା ରାହୁଲଙ୍କ ମାଆ ସୋନିଆ ଗାନ୍ଧି ଭୀଷଣ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡ଼େ’ ଏହି ଖବର ପ୍ରକାଶ କରିଛି।
ଗତକାଲି ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ତେବେ ନିର୍ବାଚନୀ ଇସ୍ତାହାର ବହିର କଭର ପେଜରେ ତଳେ ରାହୁଲଙ୍କ ଏକ ଛୋଟିଆ ଫଟୋଥିବା ଦେଖି ସେ ଖୁବ୍ଧ ହୋଇପଡ଼ିଥିଲେ। ତେବେ ଏ ନେଇ ଦଳ ପକ୍ଷରୁ କିମ୍ବା କୌଣସି ନେତା ପ୍ରତିକ୍ରିୟା ରଖି ନାହାନ୍ତି।

ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହେବା ପରେ ଅନେକକଂଗ୍ରେସ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବାବେଳେ ସୋନିଆ ଗାନ୍ଧି କିନ୍ତୁ ତାଙ୍କ ପାଟି ଖୋଲିନଥିଲେ।
ତେବେ ଏଆଇସିସି ଇସ୍ତାହାର ପ୍ରକାଶନ ଟିମର ମୁଖ୍ୟ ରାଜୀଭ ଗୌଡ଼ାଙ୍କୁ ଏ ନେଇ ସୋନିଆ ଗାନ୍ଧି ଭର୍ତ୍ସନା କରିଥିବା ଜଣାପଡ଼ିଛି। ଏହାପରେ ରାଜୀବ ଗୌଡ଼ା ମଧ୍ୟ ସୋନିଆଙ୍କୁ ବୁଝାଇବାକୁ ବୃଥା ଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2WJDQ6K
No comments:
Post a Comment