ଶ୍ରୀଲଙ୍କା ଗଣସଂହାର ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ୫ ଭାରତୀୟଙ୍କ ସମେତ ୨୯୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଶ୍ରୀଲଙ୍କା ଗଣସଂହାର ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ୫ ଭାରତୀୟଙ୍କ ସମେତ ୨୯୦ ମୃତ

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ଗଣସଂହାରରେ ୫ ଭାରତୀୟଙ୍କ ସମେତ ୨୯୦ରେ ମୃତ୍ୟୁ ସଂଖ୍ୟା ଆସି ପହଞ୍ଚିଛି। ରବିବାର ଖ୍ରୀଷ୍ଟ୍ରିଆନ ଧର୍ମାମ୍ବଲମ୍ବୀ ଇଷ୍ଟର ପର୍ବ ପାଳନ କରୁଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଆଜି ସକାଳ ସୁଦ୍ଧା ୨୪ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିବା ସ୍ଥାନୀୟ ରୁୱାନ ପୁଲିସ ସୂଚନା ଦେଇଛି। ଗତକାଲି ୩ ଭାରତୀୟଙ୍କ ମୃତ୍ୟ ହୋଇଥିବା ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତବାସ ସ୍ପଷ୍ଚ କରିଥିବା ବେଳେ ଆଜି ଆଉ ୨ ଜଣ ଭାରତୀୟଙ୍କ ମୃତ ଦେହ ଚିହ୍ନଟ ହୋଇଛି।

ମୃତ ଦୁଇ ଭାରତୀୟ ହେଲେ କେ.ଜି ହନୁମନଥାରୟପ୍ପା ଏବଂ ଏମ୍‍ ରଙ୍ଗପ୍ପା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ୍‌ ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା +୯୪୭୭୭୯୦୩୦୮୨, +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯, +୯୪୭୭୭୯୦୨୦୮୨ ଏବଂ +୯୪୭୭୨୨୩୪୧୭୬। ଏହି ନମ୍ବର ଜରିଆରେ ମୃତାହତଙ୍କ ସଂପର୍କରେ ସୂଚନା ମିଳିପାରିବ।

ଏଭଳି ସ୍ଥିତିରେ ବର୍ତ୍ତମାନ ସମଗ୍ର ଶ୍ରୀଲଙ୍କାରେ କର୍ଫ୍ୟୁ ଲଗାଯିବା ସହିତ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସେଠାରେ ହୁଆଟ୍ସଆପ୍ ଏବଂ ଫେସବୁକ୍‌ ସେବା ମଧ୍ୟ ବନ୍ଦ ରଖାଯାଇଛି। ଆସନ୍ତାକାଲି ଯାଏଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଭଳି ବର୍ବରକାଣ୍ଡ ପାଇଁ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ଶ୍ରୀଲଙ୍କା ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ତଦନ୍ତ ଚାଲିଛି।

ସମଗ୍ର ବିଶ୍ୱରେ ଗତକାଲି ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଗତକାଲି କଲମ୍ବୋରେ ଗୋଟିଏ ପରେ ଗୋଟିଏ ମୋଟ ୮ଟି ବୋମା ବିସ୍ଫୋରଣ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଥିବା ବେଳେ ୫୦୦ରୁ ଅଧିକ ଲୋକ ଏବେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି।



from Odisha Reporter http://bit.ly/2DoPmO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages