ହୋଟେଲରେ ରାଜନୀତିକ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ହୋଟେଲରେ ରାଜନୀତିକ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର: ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ଘରୋଇ ହୋଟେଲରେ ବିଜେଡିର ନିର୍ବାଚନୀ ଭିଡିଓ ପ୍ରସ୍ତୁତ କରିବା ସହ ପ୍ରଚାରର ଦାୟିତ୍ୱ ନେଇଥିବା ନୀଳମାଧବ ପଣ୍ଡାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସରକାରୀ ଅଫିସରମାନେ ରାଜନୀତିକ ବୈଠକ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ସରକାରୀ ଅଫିସରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଜ୍ୟ ସରକାରଙ୍କର କିଛି ମୁଷ୍ଟିମେୟ ବରିଷ୍ଠ ପ୍ରଶାସନିକ ଅଫିସର ଏବଂ ଓଡିଶା କ୍ୟାଡରର ଆଇଏସ ଅଫିସରମାନେ ନିୟମିତ ବୈଠକ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଡିଆଇଜି ଆଶିଷ ସିଂହ ଏବଂ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡିଏସ କୁଟ୍ଟେ ପ୍ରମୁଖ ସମ୍ପୃକ୍ତ ହୋଟେଲକୁ ଯାଇ ନୀଳମାଧବ ପଣ୍ଡାଙ୍କ ସହିତ ମିଶି ବିଜେଡି ଦଳ ପାଇଁ ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରିବା ସହ, ଟିଭି ବିଜ୍ଞାପନକୁ ପ୍ରସ୍ତୁତ କରିବା, କେଉଁ ଯାଗାରେ କେତେ ଟଙ୍କା କାହା ମାଧ୍ୟମରେ ବଣ୍ଟାଯିବ ସେହି ବିଷୟରେ ଆଲୋଚନା କରୁଛନ୍ତି।

ଏହି ତିନି ଅଫିସରଙ୍କ ବିରୋଧରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିବା ସତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ସମ୍ପୃକ୍ତ ହୋଟେଲ ଉପରେ କଡ଼ା ନଜର ରଖିବା ସହ ରେଡ୍ କରିବାକୁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଆଇନଜୀବୀ ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2GDa5yq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages