
ବାରିପଦା(ମାଣିକ ଲାଲ ପାଣି): ବକେୟା ଦରମା ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ୫୭ଟି ବ୍ଲକ୍ ଗ୍ରାଣ୍ଟ ସ୍କୁଲର ୫୦୦ ଶିକ୍ଷକ ଧାରଣା ଦେଇଛନ୍ତି। ଡିଇଓଙ୍କ ଅବହେଳା ଯୋଗୁ ବକେୟା ଦରମା ଫେରିଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବକେୟା ଦରମା ନମିଳିଲେ ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବାକୁ ଶିକ୍ଷକମାନେ ଧମକ ମଧ୍ୟ ଦେଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷମାନେ ଏମିତି ବସି ରହିବେ ବୋଲି କହିଛନ୍ତି।
ଗତ ୨୦୧୫ ଏବଂ ୨୦୧୯ ଆର୍ଥିକବର୍ଷ ପାଇଁ ସ୍କୁଲ ଶିକ୍ଷକ କର୍ମଚାରୀମାନଙ୍କ ବକେୟା ଦରମା ବିଲ୍ କାର୍ଯ୍ୟାଳୟରେ ଦିଆଯାଇଥିଲା। ହେଲେ ଡିଇଓଙ୍କ ଅବହେଳା ଏବଂ ଅଣଦେଖା ଯୋଗୁ ଏହା ଚଳିତ ଆର୍ଥିକବର୍ଷରେ ଶିକ୍ଷକମାନଙ୍କୁ ନମିଳି ୯କୋଟି ୩୩ ଲକ୍ଷ ଟଙ୍କା ଫେରି ଯାଇଥିଲା।
ଆଜି ଶିକ୍ଷକମାନେ ଡିଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଡିଇଓ ସେମାନଙ୍କୁ ଦେଖାକରି ନଥିବା ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2FLOljm
No comments:
Post a Comment