
ମୁମ୍ୱାଇ: ବଲିଉଡ଼ର ଭାଇଜାନ ତଥା ଦବଙ୍ଗ ଖାନ ସଲମାନଙ୍କ ମୁସ୍କିଲ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ପୂର୍ବରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲ୍ , କୋର୍ଟ ଦେଖି ସାରିଥିବା ସଲମାନଙ୍କ ନାଁରେ ପୁଣି ହୋଇଛି ଅଭିଯୋଗ। ଏନେଇ ଅଭିଯୋଗ ଆଣିଛନ୍ତି ମୁମ୍ୱାଇର ଜଣେ ବ୍ୟକ୍ତି। ଅଭିଯୋଗ ହେଉଛି ସଲମାନ ତାଙ୍କଠୁ ଫୋନ ଛଡ଼ାଇ ନେବା ସହ କରିଛନ୍ତି ର୍ଦୁବ୍ୟବହାର। ଏହା ଉପରେ ସଲମାନଙ୍କ ବଡ଼ିଗାର୍ଡ ମଧ୍ୟ ଥାନାରେ ପାଲଟା ଅଭିଯୋଗ ଆଣିଛନ୍ତି।
ପୁରା ଘଟଣାଟି ହେଉଛି ଏହିପରି। ଗୁରୁବାର ଭୋରୁ ସଲମାନ ଜୁହୁ ନିକଟ ରାସ୍ତାରେ ସାଇକେଲିଂ କରୁଥିଲେ। ଏହି ସମୟରେ ସଲମାନଙ୍କୁ ଦେଖି ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ଶୁଟ କରିବାକୁ ଲାଗିଲେ। ଯାହାକି ଭଲ ଲାଗିଲାନି ଭାଇଜାନଙ୍କୁ ଏବଂ ସେ ହୋଇଗଲେ ବେକାବୁ। ଏହା ପରେ ଘଟିଗଲା ଏପରି ତୁମୁଳ କାଣ୍ଡ। ଏ ନେଇ ମୁମ୍ୱାଇର ଡିଏନ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ ହୋଇଛି।

ଅଭିଯୋଗରେ ଦର୍ଶାଯାଇଛି ଯେ, ସେଲିବ୍ରିଟି ହେବା ସତ୍ତ୍ୱେ, ସଲମାନ କାହା ଗାଡ଼ିକୁ ଅଟକାଇ ମୋବାଇଲ ଛଡ଼ାଇ ନେଇ ପାରିବେ ନାହିଁ। ଅଭିଯୋଗକାରୀ ସଲମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ତାଙ୍କ କହିବାନୁଯାୟୀ, ସଲମାନ ମୁମ୍ୱାଇ ବିଚ୍ ରାସ୍ତାରେ ସାଇକେଲ ଚଲାଇ ଯାଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କ ବଡ଼ି ଗାର୍ଡଙ୍କଠାରୁ ଅନୁମତି ନେଇ ସେ ନିଜ ଗାଡ଼ିରେ ବସି ତାଙ୍କ ଭିଡ଼ିଓ ଶୁଟ କରୁଥିଲେ। ହେଲେ କିଛି ସମୟ ପରେ ତାଙ୍କଠୁ ମୋବାଇଲ ଛଡ଼ାଇ ନିଆଯାଇଥିଲା। ଯଦିଓ କିଛି ସମୟ ପରେ ତାହା ଫେରାଇ ଦିଆଯାଇଥିଲା। ଏହି ପୁରା ଘଟଣା ଏବେ ପୋଲିସ ନିକଟରେ ଅଛି।

ସଲମାନଙ୍କ ବଡିଗାର୍ଡ ଅଭିଯୋଗ ଆଣିଛନ୍ତି ଯେ, ସଲମାନଙ୍କ ଅନୁମତି ବିନା ଉକ୍ତ ବ୍ୟକ୍ତିଜଣକ ତାଙ୍କ ପିଛା କରିବା ସହ ଭିଡ଼ିଓ ଶୁଟ କରିଥିଲେ।
from Odisha Reporter http://bit.ly/2UUNkjn
No comments:
Post a Comment