ପୋଷ୍ଟାଲ୍‌ ବ୍ୟାଲଟ୍‌ ନ ମିଳିବାରୁ ଧାରଣାରେ ବସିଲେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ପୋଷ୍ଟାଲ୍‌ ବ୍ୟାଲଟ୍‌ ନ ମିଳିବାରୁ ଧାରଣାରେ ବସିଲେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ

election1

କେନ୍ଦ୍ରାପଡ଼ା(ବିବର୍ତ୍ତନ ପଣ୍ଡା): ସାଧାରଣତଃ ନିର୍ବାଚନ ଡ୍ୟୁଟିରେ ଯାଉଥିବା ସରକାରୀ କର୍ମଚାରୀମାନେ ପୋଷ୍ଟାଲ୍‌ ବ୍ୟାଲଟ୍‌ରେ ସେମାନଙ୍କ ମତ ସାବ୍ୟସ୍ତ କରନ୍ତି। ତେବେ କେନ୍ଦ୍ରାପଡ଼ାରେ ନିର୍ବାଚନ ଡ୍ୟୁଟିରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ପୋଷ୍ଟାଲ୍‌ ବ୍ୟାଲଟ୍ ମିଳୁ ନଥିବା ଅଭିଯୋଗ ହୋଇଛି। ଆଉ ଏହାର ପ୍ରତିବାଦରେ ସେମାନେ ଧାରଣାରେ ବସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାରେ ଇଭିଏମ୍ ବିତରଣ କେନ୍ଦ୍ରରେ ଏହି କର୍ମଚାରୀଙ୍କୁ ପୋଷ୍ଟାଲ୍ ବ୍ୟାଲଟ୍‌ ଦିଆଯାଉ ନାହିଁ। ଏମିତିକି ପୋଷ୍ଟାଲ୍ ବ୍ୟାଲଟ୍ ମାଗିବାରୁ ସେମାନଙ୍କୁ ଗାଳି ଦିଆଯାଉଥିବା ଅଭିଯୋଗ ହୋଇଛି। ପୋଷ୍ଟାଲ୍‌ ବ୍ୟାଲଟ୍‌ ନମିଳିଲେ ସେମାନେ ଇଭିଏମ୍ ରିସିଭ୍ କରିବେ ନାହିଁ ବୋଲି କହିଛନ୍ତି।

ନିର୍ବାଚନ ଡ୍ୟୁଟିରେ ଥିବା ଜଣେ କର୍ମଚାରୀ କହିଛନ୍ତି,“ଆମକୁ ଭୋଟ୍‌ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆମେ ଭୋଟ୍‌ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ ଖରା,ବର୍ଷାକୁ ଖାତିର ନକରି ଏଠାରେ ପହଞ୍ଚିଛୁ। ତା’ ସତ୍ତ୍ୱେ ଆମକୁ ଭୋଟ୍ ଦେବାରୁ ବଞ୍ଚିତ କରାଯାଉଛି। ଆମେ ସରକାରଙ୍କୁ ଗୁହାରି କରୁଛୁ ଯେ ଆମ ମୌଳିକ ଅଧିକାରରୁ ଆମକୁ ବଞ୍ଚିତ କରା ନଯାଉ। ଜାଣିଶୁଣି ଆମକୁ ଭୋଟରୁ ବଞ୍ଚିତ କରାଯାଉଛି।”

ପୋଷ୍ଟାଲ୍ ବ୍ୟାଲଟିଂର ନୋଡାଲ୍‌ ଅଫିସର ଶୁକଦେବ ବେହେରା କହିଛନ୍ତି,“ନିୟମ ଅନୁଯାୟୀ ପୋଷ୍ଟାଲ୍ ବ୍ୟାଲଟିଂ ପାଇଁ ୭ ଦିନ ପୂର୍ବରୁ ୧୨ ନମ୍ବର ଫର୍ମରେ ଆବେଦନ କରିବାକୁ ହୁଏ। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ଆବେଦନ କରିବାକୁ ପଡ଼େ। ରିଟର୍ଣ୍ଣିଂ ଅଫିସରଙ୍କଠାରୁ ୧୨ ନମ୍ବର ଫର୍ମ ମିଳିବା ପରେ ନୋଡାଲ୍ ଅଫିସର ପୋଷ୍ଟାଲ୍ ବ୍ୟାଲଟ୍ ଇସ୍ୟୁ କରି ଥାଆନ୍ତି। କିନ୍ତୁ ଆମକୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ୧୨ ନମ୍ବର ଫର୍ମ ମିଳିନାହିଁ। ଅନ୍ୟପକ୍ଷରେ ନିର୍ବାଚନ ଡ୍ୟୁଟିରେ ଥିବା ଏହି କର୍ମଚାରୀମାନଙ୍କୁ ପୋଷ୍ଟାଲ୍ ବ୍ୟାଲଟିଂ ପାଇଁ ପୂର୍ବରୁ ୫ ଦିନ ଧରି ସୁଯୋଗ ଦିଆଯାଇଥିଲା। ବିଭିନ୍ନ ଟ୍ରେନିଂ ସେଣ୍ଟରଗୁଡ଼ିକରେ ସେମାନଙ୍କ ପାଇଁ ପୋଷ୍ଟାଲ୍ ବ୍ୟାଲଟିଂ ସୁବିଧା କରାଯାଇଥିଲା। କିନ୍ତୁ ସେମାନେ ଏହାର ସଦ୍‌ଉପଯୋଗ କରି ନାହାନ୍ତି। ଏବେ ଗଣ୍ଡଗୋଳିଆ ସ୍ଥିତି ଉପୁଜିଥିବାରୁ କିଛି ସମୟ ପାଇଁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ପରେ ଏନେଇ ବ୍ୟବସ୍ଥା କରାଯିବ।”



from Odisha Reporter http://bit.ly/2Vqkbfp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages