ଭୋଟ୍‌ ଦେଲେ ଚିକେନ୍‌ରେ ମିଳିବ ୫୦ ଟଙ୍କାର ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଭୋଟ୍‌ ଦେଲେ ଚିକେନ୍‌ରେ ମିଳିବ ୫୦ ଟଙ୍କାର ରିହାତି

ଚେନ୍ନାଇ: ଗଣତନ୍ତ୍ରର ସବୁ ବଡ଼ ଗଣପର୍ବ ନିର୍ବାଚନରେ ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରିବାକୁ ବିଭିନ୍ନ ଦଳ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ନିବେଦନ କରୁଛନ୍ତି। ହେଲେ ତାମିଲନାଡୁର ଜଣେ ଚିକେନ୍‌ ବ୍ୟବସାୟୀ ଲୋକଙ୍କୁ ଏକ ନିଆରା ଉପାୟରେ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି।

ପେରାମ୍ବୁରରେ ମାଂସ ଦୋକାନ କରିଥିବା ମୁରଲୀ ବାବୁ ଏକ ବିଜ୍ଞାପନ ଦେଇ କହିଛନ୍ତି ଯେ ଯେଉଁମାନେ ଭୋଟ୍‌ ଦେବେ, ସେମାନଙ୍କୁ ଚିକେନ୍‌ କିଲୋପିଛା ୫୦ ଟଙ୍କାର ରିହାତି ମିଳିବ। ତେବେ ଏଥିପାଇଁ ଲୋକମାନେ ଭୋଟ୍‌ ଦେବା ବେଳେ ନିଜ ଅଙ୍ଗୁଳିରେ ଲାଗିଥିବା କାଳି ଚିହ୍ନକୁ ଚିକେନ୍‌ କିଣିବା ସମୟରେ ଦେଖାଇବାକୁ ପଡ଼ିବ।

ମୁରଲୀ ବାବୁ ଅନ୍ୟାଭରମ୍‌ ମାର୍କେଟରେ ରାଜାସ୍‌ ଚିକେନ୍‌ ଓ ମଟନ୍‌ ଷ୍ଟଲ କରିଛନ୍ତି। ସେ କହିଛନ୍ତି, “ ଭୋଟଦାନ ହେଉଛି ଜଣେ ବ୍ୟକ୍ତିର ଗଣତାନ୍ତ୍ରିକ ଅଧିକାର। ଭୋଟ୍‌ ଦେବା ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ। ଲୋକଙ୍କ ଭୋଟ୍‌ ଦ୍ୱାରା ହିଁ ଏକ ସଶକ୍ତ ଦେଶ ଗଠନ ହୋଇଥାଏ। ଗଣତନ୍ତ୍ରର ସୁରକ୍ଷା ପାଇଁ ଏପ୍ରିଲ ୧୮ରେ ଭୋଟ୍‌ ଦିଅନ୍ତୁ ଏବଂ ଚିକେନ୍‌ ପିଛା ୫୦ ଟଙ୍କା ରିହାତି ପାଆନ୍ତୁ।” ଏନେଇ ସେ ଦୋକାନ ଆଗରେ ଏକ ବ୍ୟାନର ମଧ୍ୟ ମାରିଛନ୍ତି।

ଆସନ୍ତା ଏପ୍ରିଏ ୧୮ରେ ତାମିଲନାଡୁରେ ଭୋଟ ଗ୍ରହଣ ହେବ।



from Odisha Reporter http://bit.ly/2Ue4L9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages