ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସକାଳ ୭ଟାରୁ ଚାଲିଛି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସକାଳ ୭ଟାରୁ ଚାଲିଛି ମତଦାନ

vote

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

ସକାଳ ସାଢ଼େ ୫ଟାରେ ବିଭିନ୍ନ ବୁଥ୍‌ରେ ମକ୍ ପୋଲ୍‌ ହୋଇଥିଲା। ଏହାପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।
୬ଟି ଲୋକସଭା ଆସନ ପାଇଁ ୫୨ଜଣ ପ୍ରାର୍ଥୀ ହୋଇଥିବା ବେଳେ ୪୧ଟି ବିଧାନସଭା ଆସନ ପାଇଁ ୩୩୬ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଆଜି ଏମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯିବ।

ଆଜି ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୧୦,୭୯୨ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି।

ନିର୍ବାଚନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୫ଟି ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

୫୨ ଲୋକସଭା ଓ ୩୩୬ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ହେଭିୱେଟ୍ ନେତା ଅଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସର ଧରଣୀଧର ନାୟକ ପ୍ରାର୍ଥୀ ହୋଇଥିବା ବେଳେ ଜଗତସିଂହପୁରରେ ବିଜେପିର ବିଭୁ ପ୍ରସାଦ ତରାଇ, ବିଜେଡିର ରାଜଶ୍ରୀ ମଲ୍ଲିକ ଓ କଂଗ୍ରେସର ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡି ନେତା ତଥା ସାଂସଦ ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ।

ବିଧାନସଭା ଆସନ ମଧ୍ୟରୁ ସାଲେପୁରରୁ ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ପ୍ରକାଶ ବେହେରା। ସେ ଏଥର ବିଜେପି ଟିକେଟ୍‌ରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ପ୍ରଶାନ୍ତ ବେହେରା ଓ କଂଗ୍ରେସର ରବୀନ୍ଦ୍ରନାଥ କର। କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପିର ସୁନାକର ବେହେରା, ବିଜେଡିର ଶଶିଭୂଷଣ ବେହେରା ଓ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା।

ଆଳିରେ ବିଜେପିର ଦୋଳଗୋବିନ୍ଦ ନାୟକ, ବିଜେଡିର ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଟକ୍କର ହେଉଛି। ମହାକାଳପଡ଼ାରେ ବିଜେପିର ବିଜୟ ପ୍ରଧାନ, ବିଜେଡିର ଅତନୁ ସବ୍ୟସାଚୀ ନାୟକ ଓ କଂଗ୍ରେସର ବିଭ୍ରାଂଶୁ ଶେଖର ଲେଙ୍କାଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ ହେବ। ବାଲିକୁଦା-ଏରସମାରେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ରଘୁନନ୍ଦନ ଦାସ ଓ କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର। ସେହିପରି ପାରାଦୀପରେ ବିଜେପିର ସଂପଦ ସ୍ୱାଇଁ, ବିଜେଡିର ସମ୍ବିତ ରାଉତରାୟ ଓ କଂଗ୍ରେସର ଅରିନ୍ଦମ (ବାପି)ସର୍ଖେଲଙ୍କ ମଧ୍ୟରେ ହେଉଛି ଲଢ଼େଇ।

ଜଗତସିଂହପୁର ବିଧାନସଭା ଆସନ ପାଇଁ ବିଜେପିର ସତ୍ୟବ୍ରତ ମହାପାତ୍ର, ବିଜେଡିର ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳଙ୍କ ମଧ୍ୟରେ ଟକ୍କର ହେଉଛି।

ବଡ଼ଚଣା ଆସନରୁ ବିଜେପିର ଅମର ନାୟକ ଓ ବିଜେଡିର ଅମର ଶତପଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସୁକିନ୍ଦାରେ ବିଜେପିର ପ୍ରଦୀପ ବଳସାମନ୍ତ, ବିଜେଡିର ପ୍ରୀତିରଂଜନ ଘଡ଼େଇ ଓ କଂଗ୍ରେସ ନେତା ଶରତ ରାଉତଙ୍କ ମଧ୍ୟରେ ହେଉଛି ଲଢେଇ। ସେହିପରି ବାଙ୍ଗିରିପୋଷିରୁ ସୁଦାମ ମାର୍ଣ୍ଡି ଓ ଭୋଗରାଇରୁ ଅନନ୍ତ ଦାସ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥର ବସ୍ତାରୁ ବିଜେପି ଟିକେଟ୍‌ରେ ଭାଗ୍ୟ ପରୀକ୍ଷା କରୁଛନ୍ତି ରଘୁନାଥ ମହାନ୍ତି। ଏହି ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହେବ। ସେ ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି।



from Odisha Reporter http://bit.ly/2V06btj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages