ଲୋକଙ୍କୁ ଟ୍ରାଫିକ୍‌ ପାଠ ପଢାଇଲେ ଏୟାର ହୋଷ୍ଟେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

 ଲୋକଙ୍କୁ ଟ୍ରାଫିକ୍‌ ପାଠ ପଢାଇଲେ ଏୟାର ହୋଷ୍ଟେସ୍‌

ଇନ୍ଦୋର: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ସ୍ୱଚ୍ଛତା କ୍ଷେତ୍ରରେ ବହୁ ଆଗରେ। ଏଥି ସହ ଏହି ସହର ଏବେ ଟ୍ରାଫିକ ନିୟମ ପାଳନ କ୍ଷେତ୍ରରେ ମଧ୍ୟ ଆଗକୁ ଆସିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି।  ସାଧାରଣ ଲୋକଙ୍କୁ ଟ୍ରାଫିକ୍‌ ନିୟମ ସହ ପରିଚିତ କରିବାକୁ ଏଠାକାର ପୁଲିସ ଗ୍ରହଣ କରିଛି ଅଭିନବ ପଦକ୍ଷେପ। 

କିଛି ଦିନ ପୂର୍ବେ ଦିନେ ସକାଳୁ ସକାଳୁ ଟ୍ରାଫିକ ସିଗନାଲରେ ଟ୍ରାଫିକ୍‌ ପୁଲିସ ବଦଳରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଲୋକଙ୍କ ଉତ୍ସୁକତା ବଢିଗଲା । ବହୁ ସଂଖ୍ୟାରେ ଏୟାର ହୋଷ୍ଟେସ୍‌ ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ରାସ୍ତା ନିୟମ ସମ୍ପର୍କୀତ ପାଠ ପଢାଉଥିଲେ। ସକାଳୁ ସକାଳୁ ଏହା ଦେଖି ସାଧାରଣ ଲୋକେ ବି ଦଣ୍ଡେ ଅଟକି ଯାଉଥିଲେ।

ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ସହ ବାଇକ୍‌ ଚାଳକଙ୍କୁ ହେଲମେଟ ପିନ୍ଧିବା ନିମନ୍ତେ ଜାଗୃତ କରିବାକୁ ଏଠାରେ ଟ୍ରାଫିକ୍‌ ପୁଲିସ ଜାଗା ନେଇଛନ୍ତି ଏୟାର ହୋଷ୍ଟେସ୍‌। ଏକ ଏୟାର ହୋଷ୍ଟେସ୍‌  ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ବିଭିନ୍ନ ସ୍ଥାନରେ ଛିଡା ହୋଇଥିଲେ। ସେମାନେ ବିମାନ ଯାତ୍ରୀଙ୍କୁ  ଅଭିବାଦନ ଜଣାଇବା ପରି ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଜ୍ଞାନ ଦେଇଥିଲେ।  

ଏୟାର ହୋଷ୍ଟେସ୍‌ମାନେ ଲୋକଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବା, ହେଲମେଟ ପିନ୍ଧିବା ଆଉ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବାକୁ ଉପଦେଶ ଦେଇଥିଲେ। ଏପରି କରିବା ଉଦ୍ଦେଶ୍ୟ ହେଉଛି, କଠୋର ଅନୁଶାସନ ବିନା ଲୋକଙ୍କ ମନରେ ଟ୍ରାଫିକ ନିୟମ ପାଳନ ପ୍ରତି ଆଗ୍ରହ ସୃଷ୍ଟି କରିବା। 



from Odisha Reporter http://bit.ly/2KDuuIP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages