ଫୋପାଡ଼ନ୍ତୁ ନାହିଁ ଫଳ ଚୋପା, ଏହିପରି ବ୍ୟବହାର କରି ଦେଖନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଫୋପାଡ଼ନ୍ତୁ ନାହିଁ ଫଳ ଚୋପା, ଏହିପରି ବ୍ୟବହାର କରି ଦେଖନ୍ତୁ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଯେତେବେଳେ କିଛି ଫଳ ବା ପରିବା କାଟିଥାଉ ସେତେବେଳେ ଆମେ ଚୋପାଗୁଡ଼ିକୁ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଏପରି କିଛି ଜିନିଷ ଅଛି ଯାହାର ସବୁ ଅଂଶ ଆମ କାମରେ ଆସିଥାଏ। ଆମେ କିଛି ଫଳ ବା ପନିପରିବାର ଚୋପାରେ ଥିବା ଦରକାରୀ ପଦାର୍ଥ ବିଷୟରେ ଜଣାଇବାକୁ ଯାଉଛୁ। ଯାହାକୁ ଜାଣି ସାରିଲା ପରେ ଆପଣ ଚୋପାଗୁଡ଼ିକୁ ଫୋପାଡ଼ିବା କଥା ଭାବିବେ ନାହିଁ।

ତେବେ ଜାଣିରଖନ୍ତୁ କେଉଁ ଚୋପାରେ କ’ଣ ସବୁ ଗୁଣ ରହିଛି।

କମଳା ଚୋପା

କମଳା ଚୋପାରେ ଭିଟାମିନ୍‌ ସି ଭରପୁର ରହିଛି। ଏହା ମଧ୍ୟ ଭଲ ବାସ୍ନା ହୋଇଥାଏ। ଖରାଦିନେ ହେଉ ବା ଅନ୍ୟ ଦିନମାନଙ୍କର ଜୋତାରୁ ସବୁବେଳେ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ଆମେ ବହୁତ ବିରକ୍ତ ମଧ୍ୟ ହେଉ। ତେବେ ଆପଣ ଯଦି ପ୍ରତିଦିନ କମଳା ଖାଇ ତାର ଚୋପାକୁ ଫୋପାଡ଼ି ଦେଉଛନ୍ତି। ତାହାଲେ ଏବେ ସେଗୁଡ଼ିକୁ ନ ଫୋପାଡ଼ି କାମରେ ଲଗାନ୍ତୁ।

ଆପଣ ରାତିରେ ଜୋତା ଭିତରେ କମଳା ଚୋପାକୁ ରଖି ଦିଅନ୍ତୁ।  ତା ପର ଦିନ ଚୋପାକୁ କାଢ଼ି ଜୋତା ପିନ୍ଧନ୍ତୁ। ଏହିପରି କଲେ ଆପଣଙ୍କ ଜୋତାରୁ ବାହାରୁଥିବା ଦୁର୍ଗନ୍ଧ କମ୍‌ ହେବା ସହ ଆପଣଙ୍କୁ ଫ୍ରେସ୍‌ ଲାଗିବ।

ଏହା ପରେ ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ବାହାରୁଛି ତାହାଲେ ଆପଣ କମଳା ଚୋପାକୁ ପାଣିରେ ଫୁଟାଇ ଦିଅନ୍ତୁ। ଉଷୁମ ଥିବା ପାଣିରେ ଆପଣଙ୍କ ପାଦ ବୁଡ଼ାଇ ରଖନ୍ତୁ। ଏହିପରି ସପ୍ତାହରେ ୨ରୁ ୩ ଥର କଲେ ପାଦରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ।

ଲେମ୍ବୁ ଚୋପା

ଲେମ୍ବୁ ଚୋପାକୁ ଶୁଖାଇ ଦିଅନ୍ତୁ। ଆଉ କଞ୍ଚା କଳଦୀର ଚୋପା ଛଡ଼ାଇ କଦଳୀକୁ ଛୋଟ ଛୋଟ କାଟି ଶୁଖାଇ ଦିଅନ୍ତୁ। ଏହା ଶୁଖି ସାରିଲା ପରେ ସେଗୁଡ଼ିକୁ ଭଲରେ ଗ୍ରାଇଣ୍ଡ କରି ପାଉଡର୍‌ ପ୍ରସ୍ତୁତ କରିନିଅନ୍ତୁ। ଏହା ଆପଣଙ୍କୁ ଡାଇରିଆରୁ ମୁକ୍ତି ଦେଇ ପାରିବ। ପ୍ରତି ଦୁଇ ଘଣ୍ଟାର ବ୍ୟବଧାନରେ ଗୋଟେ ଚାମଚ ଏହି ପାଉଡର୍‌କୁ ଖାଆନ୍ତୁ। ଏହା ଆପଣଙ୍କୁ ନିଶ୍ଚୟ ଫାଇଦା ଦେବ।

ଡାଳିମ୍ବ ଚୋପା

ଦାନ୍ତ ବିନ୍ଧା ପାଇଁ ଆମେ ଅନେକ ପ୍ରକାର ଘରୋଇ ଉପଚାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ଚୋପା ମଧ୍ୟ ଆପଣଙ୍କ ଦାନ୍ତର ଅନେକ ସମସ୍ୟାକୁ ସମାଧାନ କରିଥାଏ। ତେବେ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ଛୋଟ ଛୋଟ କାଟି ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ସେହି ପାଣିକୁ କୁଳି କରନ୍ତୁ। ଆପଣଙ୍କ ଦାନ୍ତ ସମସ୍ୟାରୁ ଏହା ମୁକ୍ତି ଦେବ। ଆହୁରି ମଧ୍ୟ ଏହା ଆପଣଙ୍କ ଦାନ୍ତ ମୂଳ ସଂକ୍ରମଣରୁ ଆରାମ ଦେବ।

ଆଳୁ ଚୋପା

ଆଳୁ ପ୍ରାୟ ଆମ ଘରେ ସବୁବେଳେ ବ୍ୟବହାର ହୋଇଥାଏ। ଆପଣ ମଧ୍ୟ ଆଳୁ ଚୋପାକୁ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ। ଆପଣ ଆଳୁ ଚୋପାକୁ ମୁହଁରେ ଲଗାଇ ଘଷନ୍ତୁ। ଏହା ଆପଣଙ୍କ ମୁହଁରେ ଥିବା ଦାଗ ଦୂର କରିବା ସହ ତ୍ୱଚା ଉଜ୍ୱଳ କରିବ। ଏହାକୁ ବ୍ୟବହାର କରିବାର ୧୫ଦିନ ପରେ ଆପଣ ଫରକ୍‌ ଦେଖିପାରିବେ।

ଏହାକୁ ଆପଣ କେଶରେ ମଧ୍ୟ ଉପଯୋଗ କରିପାରିବେ। ଆଳୁ ଚୋପାକୁ ଆପଣ ଛୋଟ ଛୋଟ କରି କାଟି ଶୁଖାଇ ଦିଅନ୍ତୁ। ଏହା ପରେ ତାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ ନଡ଼ିଆ ତେଲରେ ମିଶାଣ ୫ ଦିନ ଯାଏ ରଖନ୍ତୁ। ଏହା ପରେ ଆପଣ ସେହି ତେଲକୁ ଅଳ୍ପ ଗରମ କରିଦିଅନ୍ତୁ। ଏହାକୁ ଆପଣ କେଶ ମୂଳରେ ମାଲିସ୍‌ କଲେ କେଶ କଳା ଦେଖାଯିବା ସହ ଘନ ହୋଇଥାଏ।



from Odisha Reporter https://ift.tt/2K0TrgX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages