
ୱାୟାନାଡ଼: କେରଳର ୱାୟାନାଡ଼ରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେରଳକୁ ବାମପନ୍ଥୀଙ୍କ ଗଡ଼ କୁହାଯାଉଥିବା ବେଳେ ରାହୁଲ ଏହି ସ୍ଥାନରୁ ନିର୍ବାଚନ ଲଢ଼ିବା ସହଯୋଗୀ ସିପିଏମ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ତେବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସିପିଏମକୁ ସନ୍ତୁଷ୍ଟ କରିବା ପାଇଁ ରାହୁଲ ପ୍ରୟାସ କରିଛନ୍ତି। ସେ କହିଛନ୍ତି, “ଏହି ଆସନରୁ ଲଢ଼ିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ମୁଁ ମୋର ନିର୍ବାଚନ ପ୍ରଚାର ବେଳେ ମୋ ସିପିଏମ୍ ବନ୍ଧୁମାନଙ୍କୁ କେବେ ହେଲେ ସମାଲୋଚନା କରିବି ନାହିଁ। ସିପିଏମ ଚାହିଁଲେ ମୋତେ ସମାଲୋଚନା କରିପାରେ। ହେଲେ ମୁଁ ଗୋଟିଏ ଶବ୍ଦ ବି ସିପିଏମ୍ ବିରୋଧରେ କହିବି ନାହିଁ।”
ରାହୁଲ କହିଛନ୍ତି, “କେରଳରେ କଂଗ୍ରେସ-ସିପିଏମ ଲଢ଼େଇ ହେବ। ମୁଁ ଜାଣିଛି ସିପିଏମ୍ ମୋ ସହ ଲଢ଼େଇ କରିବାକୁ ଆଗେଇ ଆସିଛି। କିନ୍ତୁ ମୁଁ କେବେ ହେଲେ ସିପିଏମକୁ ବିରୋଧ କରିବି ନାହିଁ। ସେମାନେ ମୋତେ ଯେତେ ବିରୋଧ କଲେ ବି ମୁଁ ସେସବୁ ସହ୍ୟ କରିଯିବି। ମୁଁ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରୁ ନିର୍ବାଚନ ଲଢ଼ି ଏକତାର ବାର୍ତ୍ତା ଦେବାକୁ ଚାହୁଁଛି।
ଦକ୍ଷିଣ ଭାରତର ମଧ୍ୟ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏକଥା ପ୍ରମାଣିତ କରିବାକୁ ମୁଁ ଏଠାରୁ ଲଢ଼ୁଛି। ଏଠାରେ ଆରଏସ୍ଏସ୍, ବିଜେପି ଓ ନରେନ୍ଦ୍ର ମୋଦି ବିଭାଜନର ରାଜନୀତି କରୁଛନ୍ତି। ଏହାକୁ ବନ୍ଦ କରିବାକୁ ମୁଁ ଏଠାକୁ ଆସିଛି। ଦେଶରେ ନିଯୁକ୍ତି ଓ ଚାଷୀ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ଯୁବଗୋଷ୍ଠୀ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦୌଡ଼ୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଚାକିରି ଦେଇପାରୁନାହାନ୍ତି।”
ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଏଥର ୱାୟାନାଡ଼ ସହ ଆମେଥିରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ୱାୟାନାଡ଼ରେ ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲଙ୍କ ସହ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିଲେ। ଏହାପରେ ଏକ ବିଶାଳ ରୋଡ୍ ଶୋ’ କରି ରାହୁଲ ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ।
from Odisha Reporter https://ift.tt/2YPMRgL
No comments:
Post a Comment