ଇଭିଏମ୍‌ରେ ସିଲ୍‌ ହେବ ଏହି ହେଭିୱେଟ୍‌ମାନଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଇଭିଏମ୍‌ରେ ସିଲ୍‌ ହେବ ଏହି ହେଭିୱେଟ୍‌ମାନଙ୍କ ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏଥିରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ। ଆଉ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ।

ପ୍ରାର୍ଥୀ ତାଲିକା ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର। ଏଠାରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସରୁ ଧରଣୀଧର ନାୟକ। ଜଗତସିଂହପୁରରେ ବିଜେପିର ବିଭୁ ପ୍ରସାଦ ତରାଇ, ବିଜେଡିର ରାଜଶ୍ରୀ ମଲ୍ଲିକ ଓ କଂଗ୍ରେସର ପ୍ରତିମା ମଲ୍ଲିକଙ୍କ ମଧ୍ୟରେ ହେଉଛି ମୁକାବିଲା। ସେହିପରି ବାଲେଶ୍ୱରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ।

ବିଧାନସଭା ଆସନ ମଧ୍ୟରୁ ସାଲେପୁରରୁ ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପିର ପ୍ରକାଶ ବେହେରା। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ପ୍ରଶାନ୍ତ ବେହେରା ଓ କଂଗ୍ରେସର ରବୀନ୍ଦ୍ରନାଥ କର। ସେହିପରି ମାହାଙ୍ଗାରେ ଜବରଦସ୍ତ ମୁକାବିଲା ହେଉଛି। ବିଜେପିର ସାରଦା ପ୍ରଧାନ, ବିଜେଡିର ମନ୍ତ୍ରୀ ପ୍ରତାପ ଜେନା ଓ କଂଗ୍ରେସରୁ ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ ହେଉଛି ଲଢ଼େଇ। କେନ୍ଦ୍ରାପଡ଼ା ଆସନରୁ ଭାଗ୍ୟ ପରଖୁଛନ୍ତି ବିଜେପିର ସୁନାକର ବେହେରା, ବିଜେଡିରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ କଂଗ୍ରେସରୁ ବରିଷ୍ଠ ନେତା ଗଣେଶ୍ୱର ବେହେରା। ଆଳିରେ ବିଜେପିର ଦୋଳଗୋବିନ୍ଦ ନାୟକ, ବିଜେଡି ସାଂସଦ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ମଧ୍ୟରେ ହେଉଛି ଟକ୍କର।

ସେହିପରି ରାଜନଗରରେ ବିଜେପିର ଅଲେଖ ଜେନା, ବିଜେଡିର ଧ୍ରୁବ ସାହୁ ଓ କଂଗ୍ରେସର ବିଧାୟକ ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ ହେଉଛି ଲଢ଼େଇ। ମହାକାଳପଡ଼ାରେ ବିଜେପିର ବିଜୟ ପ୍ରଧାନ, ବିଜେଡିର ଅତନୁ ସବ୍ୟସାଚୀ ନାୟକ ଓ କଂଗ୍ରେସର ବିଭ୍ରାଂଶୁ ଶେଖର ଲେଙ୍କାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବ।

ବାଲିକୁଦା-ଏରସମାରେ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ରଘୁନନ୍ଦନ ଦାସ ଓ କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର। ସେହିପରି ପାରାଦୀପରେ ବିଜେପିର ସଂପଦ ସ୍ୱାଇଁ, ବିଜେଡିର ସମ୍ବିତ ରାଉତରାୟ ଓ କଂଗ୍ରେସର ଅରିନ୍ଦମ ( ବାପି )ସର୍ଖେଲଙ୍କ ମଧ୍ୟରେ ହେଉଛି ଲଢ଼େଇ।

ଜଗତସିଂହପୁରରେ ବିଜେପିର ସତ୍ୟବ୍ରତ ମହାପାତ୍ର, ବିଜେଡିର ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳଙ୍କ ମଧ୍ୟରେ ହେଉଛି ଟକ୍କର। ନିମାପଡ଼ାରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ବିଜେଡି ବିଧାୟକ ସମୀର ରଂଜନ ଦାଶ ଓ କଂଗ୍ରେସର ଦିଲୀପ ନାୟକଙ୍କ ମଧ୍ୟରେ ମୁକାବିଲା ହେଉଥିବା ବେଳେ ତିର୍ତ୍ତୋଲରୁ ଭାଗ୍ୟ ପରଖୁଛନ୍ତି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ।

ବଡ଼ଚଣା ଆସନରୁ ବିଜେପିର ଅମର ନାୟକ ଓ ବିଜେଡିର ଅମର ଶତପଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସୁକିନ୍ଦାରେ ବିଜେପିର ପ୍ରଦୀପ ବଳସାମନ୍ତ, ବିଜେଡିର ପ୍ରୀତିରଂଜନ ଘଡ଼େଇ ଓ କଂଗ୍ରେସ୍ ନେତା ଶରତ ରାଉତଙ୍କ ମଧ୍ୟରେ ହେଉଛି ଲଢେଇ। ସେହିପରି ବାଙ୍ଗିରିପୋଷିରୁ ସୁଦାମ ମାର୍ଣ୍ଡି , ଭୋଗରାଇରୁ ଅନନ୍ତ ଦାସ ଓ ବସ୍ତାରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ରଘୁନାଥ ମହାନ୍ତି। ବାଲେଶ୍ୱରରେ ବିଜେପିର ମଦନମୋହନ ଦତ୍ତ ଓ ବିଜେଡିର ଜୀବନ ପ୍ରଦୀପ ଦାସ, ସିମୁଳିଆରେ ବିଜେପିର ପଦ୍ମଲୋଚନ ପଣ୍ଡା ଓ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଭଣ୍ଡାରିପୋଖରୀରେ ବିଜେପିର ବଦ୍ରିନାରାୟଣ ଧଳ, ବିଜେଡିର ପ୍ରଫୁଲ୍ଲ ସାମଲ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଚାନ୍ଦବାଲିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବରିଷ୍ଠ ବିଜେପି ନେତା ମନମୋହନ ସାମଲ।



from Odisha Reporter http://bit.ly/2ZKgGzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages