
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସରେ ବହିଷ୍କାର ଆଦେଶ ଉଠିବା ପରେ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ଟିକେଟ୍ରୁ ବଞ୍ଚିତ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକଙ୍କୁ ନବୀନ ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛନ୍ତି। ପ୍ରକାଶ ଦାଶଙ୍କୁ ବି ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି।
ରବି ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଏବଂ ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ସେହିପରି ଢେଙ୍କାନାଳର ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତତ୍କାଳ ଦାୟିତ୍ୱ ନେବାକୁ ସମସ୍ତଙ୍କ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter http://bit.ly/2UT2bKk
No comments:
Post a Comment