ତୁଷାରମାନବ ‘ୟେତି’ର ପାଦଚିହ୍ନ ଠାବ କଲା ସେନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ତୁଷାରମାନବ ‘ୟେତି’ର ପାଦଚିହ୍ନ ଠାବ କଲା ସେନା!

ନୂଆଦିଲ୍ଲୀ: ଲୋକକଥା ଓ କିମ୍ବଦନ୍ତୀରେ ବର୍ଣ୍ଣିତ ଓ ଚର୍ଚ୍ଚିତ ବିଶାଳକାୟ ତୁଷାର ମାନବ ବା ‘ୟେତି’ ଏବେ ବି ହିମାଳୟରେ ରହିଛି କି? ଆପଣ ଏହାକୁ ସହଜରେ ବିଶ୍ୱାସ ନ କରିପାରନ୍ତି। ହେଲେ ଭାରତୀୟ ସେନାର ଏକ ଟିମ୍‌ ହିମାଳୟରେ ଡ୍ୟୁଟି କରୁଥିବା ବେଳେ ଏକ ‘ୟେତି’ର ପାଦ ଚିହ୍ନି ଠାବ କରିଥିବା ଦାବି କରିଛି। ସେନା ବାହିନୀର ଏକ ଟିମ୍‌ ନେପାଳକୁ ଲାଗି ରହିଥିବା ହିମାଳୟର ମାକାଲୁ ବେସ୍‌ କ୍ୟାମ୍ପ ନିକଟରେ ଏଭଳି ୟେତିର ପାଦ ଚିହ୍ନ ଠାବ କରିଥିବା ଟ୍ୱିଟ୍‌ କରି ଫଟୋ ଜାରି କରିଛି।

ହିମାଳୟର ବରଫାବୃତ ପାଦଦେଶରେ ପ୍ରଥମେ ସେନା ଟିମ୍‌ ବଡ଼ବଡ଼ ପାଦଚିହ୍ନ ଠାବ କରିଥିଲା। ଏହା କୌଣସି ସାଧାରଣ ଜନ୍ତୁ କିମ୍ବା ମାନବର ନୁହେଁ ବୋଲି ଜଣାପଡ଼ିଥିଲା। କାରଣ ଏହି ପାଦ ଚିହ୍ନ ଗୁଡ଼ିକ ୩୨x୧୫ ଇଞ୍ଚର। ତେଣୁ ଏହି ପାଦ ଚିହ୍ନ ଲୋକକଥାରେ ବର୍ଣ୍ଣିତ ‘ୟେତି’ର ବୋଲି ସେନା ବିଶ୍ୱାସ କରୁଛି। ସେନାର କହିବା କଥା କିମ୍ବଦନ୍ତୀ ଅନୁସାରେ ଏହି ୟେତି ବା ବିଶାଳକାୟ ତୁଷାର ମାନବ କେବଳ ମାକାଲୁ-ବାରୁନ ନ୍ୟାଶନାଲ ପାର୍କ ଅଞ୍ଚଳରେ ଦେଖିବାକୁ ମିଳୁଥିଲା। କାଳକ୍ରମେ ଏହାର ବଂଶ ଲୋପ ପାଇଯାଇଥିବା କୁହାଯାଉଥିଲା। କିନ୍ତୁ ଏବେ ବି ‘ୟେତି’ ରହିଛନ୍ତି। କାରଣ ହିମାଳୟର ପାଦଦେଶରେ ‘ୟେତି’ର ପାଦ ଚିହ୍ନ ମିଳିଛି। ତେବେ ଏହାର ସତ୍ୟତା ଜାଣିବା ପାଇଁ ଘଟଣାସ୍ଥଳର ଫଟୋ ଏବଂ ଅନ୍ୟ ପ୍ରମାଣ ସବୁକୁ ବିଶେଷଜ୍ଞମାନଙ୍କ ପାଖକୁ ପଠାଯାଇଛି। ଗତ ଏପ୍ରିଲ ୯ ତାରିଖରେ ସେନା ପକ୍ଷରୁ ଏଭଳି ପାଦଚିହ୍ନ ଠାବ କରାଯାଇଥିଲା।

ମାକାଲୁ-ବାରୁନ ନ୍ୟାଶନାଲ ପାର୍କଟି ନେପାଳ ପଟେ ଥିବା ହିମାଳୟର ଦ୍ୱାରଦେଶରେ ରହିଛି। ଏହା ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠାରେ ୨୬ ହଜାର ଫୁଟ୍‌ ପରିବ୍ୟାପ୍ତିର ପାଇନ୍‌ ଜାତୀୟ ଜଙ୍ଗଲ ରହିଛି। ସେହିପରି ଏହି ଅଞ୍ଚଳକୁ ଛୋଟଛୋଟ ବରଫ ଆଚ୍ଛାଦିତ ପାହାଡ଼ ଘେରି ରହିଛି। ‘ୟେତି’ ହେଉଛି ଏକ ମାଙ୍କଡ଼ ଜାତୀୟ ପ୍ରାଣୀ। କିନ୍ତୁ ଏହା ସାଧାରଣ ମାଙ୍କଡ଼ଙ୍କ ଠାରୁ ବହୁତ ବଡ଼ ଏବଂ ଲମ୍ବା। ସେହିପରି ସାଧାରଣ ମାନବଠାରୁ ମଧ୍ୟ ୟେତି ବହୁତ ବଡ଼। ୟେତିର ପୂରା ଶରୀର ମୋଟା ଲୋମରେ ଭର୍ତ୍ତି ହୋଇରହିଥାଏ। ଏହା ହିମାଳୟ, ସାଇବେରିଆ, କେନ୍ଦ୍ରୀୟ ଓ ପୂର୍ବ ଏସିଆରେ ଦେଖିବାକୁ ମିଳିଥାଏ ବୋଲି ଲୋକେ ବିଶ୍ଵାସ କରନ୍ତି। ତେବେ ଏଭଳି ବିଶାଳ ତୁଷା ମାନବ ରହିଛି ବୋଲି କୌଣସି ପ୍ରମାଣ ଆଜି ଯାଏ ମିଳିନାହିଁ। କେବଳ ଲୋକକଥାରେ ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।



from Odisha Reporter http://bit.ly/2WdHLco

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages