ଅଜାତିରେ ବିବାହ କରିଥିବାରୁ ଏମିତି ଦଣ୍ଡିତ ହେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଅଜାତିରେ ବିବାହ କରିଥିବାରୁ ଏମିତି ଦଣ୍ଡିତ ହେଲେ ମହିଳା

ଭୋପାଳ: ଆଧୁନୀକତାର ଦ୍ବାହି ଦେଇ ଡିଣ୍ଡିମ ପିଟୁଥିବା ଆଜିର ସମାଜରେ ବି ବଞ୍ଚିଛି ଅନ୍ଧବିଶ୍ବାସ। ନିଜ ଜାତିରେ ବିବାହ ନ କରି ଅନ୍ଯ ଜାତିରେ ଝିଅଟି ବିବାହ କରିଥିବାରୁ ଶେଷରେ ନିଜ ସ୍ବାମୀକୁ ନିଜ କାନ୍ଧରେ ବୋହିବାକୁ ପଡ଼ିଛି। ମଧ୍ଯପ୍ରଦେଶର ରାଜଧାନୀ ଭୋପାଳରୁ ୩୪୦ କିଲୋମିଟର ଦୂରରେ ଥିବା ଝାବୁଆ ଜିଲ୍ଲାର ଦେବିଗଡ଼ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଟାଇଁ ଟାଇଁ ଖରାରେ ଖାଲି ପାଦରେ ଶୁଖିଲା ଜମିରେ ନିଜ ସ୍ବାମୀକୁ କାନ୍ଧରେ ବୋହି ନେଉଥିବା ମହିଳାର ଏହି ଭିଡ଼ିଓଟିକୁ ଖବର ସରବରାହ ସଂସ୍ଥା ଏଏନଆଇ ଟ୍ବିଟ୍ କରିଛି। ୩୩ ସେକେଣ୍ଡର ଏହି ଭିଡି଼ରେ ମହିଳା ଜଣଙ୍କ କାନ୍ଧରେ ନିଜ ସ୍ବାମୀକୁ ବୋହୁଥିବାରୁ କିଏ ନାଚୁଛି, ତ ଆଉ କିଏ ମୋବାଇଲରେ ଭିଡ଼ିଓ ସୁଟିଂ କରି ଖୁସି ହେଉଛି। ଆନୁମାନିକ ୨୦ ବର୍ଷର ଏହି ମହିଳା ଜଣଙ୍କ ସ୍ବାମୀର ଓଜନ ସମ୍ଭାଳି ନପାରି ଥରୁଥିବା ଦେଖିବାକୁ ମିଳିଛି, ଏମିତିକି ପାଦ ଠିକ ସେ ଶୁଖିଲା ଜମିରେ ପକାଇ ପାରୁନଥିବା ଦେଖିବାକୁ ମିଳିଛି। ତେବେ ଉପସ୍ଥିତ ଗାଁ ଲୋକ କିନ୍ତୁ ବୋହିବା ପାଇଁ ବାଧ୍ଯ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯେତେବେଳେ ମହିଳା ଜଣଙ୍କ ଭାରସାମ୍ଯ ନରଖି ପାରି ଅଟକି ଯାଉଛନ୍ତି ସେ ସମୟରେ ଉପସ୍ଥିତ ଲୋକ ତାଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି।

ତେବେ ଏହି ଭିଡ଼ିଓଟି ସେଶାଲ ମିଡ଼ିଆରେ ପ୍ରମୁଖ ଖବର ପାଲଟିବା ପରେ ଝାବୁଆ ଜିଲ୍ଲାର ଏସଆଇ ମାମଲା ରୁଜୁ କରି କରିଛନ୍ତି। ଉପସ୍ଥିତ ସମସ୍ତ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏସଆଇ ଭିନୀତ ଜୈନ କହିଛନ୍ତି।



from Odisha Reporter http://bit.ly/2IuCwRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages