
ସୋନପୁର (ରବୀନ୍ଦ୍ର ହୋତା): ବିଜେପିର ପ୍ରଚାର ଗାଡ଼ି ଓଲଟି ପଡ଼ିବାରୁ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଜଗଦେଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସୋନପୁର-ବୀରମହାରାଜପୁର ରାସ୍ତାର ପଣ୍ଡିଆପାଲି ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।
ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଷା କିଛି ସହଯୋଗୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ପଣ୍ଡିଆପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
from Odisha Reporter http://bit.ly/2Icc2F2
No comments:
Post a Comment