
ନୂଆଦିଲ୍ଲୀ: ବିଜେପିର ନାଗରିକତ୍ବ ସଂଶୋଧନ ବିଲକୁ ଦଳ ଭିତରୁ ବିରୋଧ ହୋଇଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଆତ୍ମହତ୍ୟା କରିବେ ବୋଲି ମେଘାଳୟର ପୂର୍ବତନ ବାଚସ୍ପତି ତଥା ଶିଲଂର ବିଜେପି ସାଂସଦ ପ୍ରାର୍ଥୀ ସାନବର ସୁଲାଇ ଚେତାବନୀ ଦେଇଛନ୍ତି। ସେପଟେ କିନ୍ତୁ ବିଜେପି କ୍ଷମତାକୁ ଆସିଲେ ନାଗରିକତ୍ବ ସଂଶୋଧନ ବିଲ୍ କାର୍ଯ୍ୟକାରୀ ହେବ ବୋଲି ଦଳ ତା’ର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି।
ଏହି ବିଲ୍ ଉତ୍ତର ପୂର୍ଵ ଭାରତକୁ ଛାଡ଼ି ଅନ୍ୟ ରାଜ୍ୟରେ ଲାଗୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।
ତେବେ ଏହି ବିଲକୁ ସାନବର ସୁଲାଇ ସମ୍ପୁର୍ଣ୍ଣ ବିରୋଧ କରିନଥିବାବେଳେ ନିୟମରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର କେନ୍ଦ୍ରୀୟ ନେତା ଏବଂ ଏନଜିଓ ଗୁଡ଼ିକୁ ସେ ଚିଠି ଲେଖିଥିବା କହିଛନ୍ତି।
from Odisha Reporter http://bit.ly/2UuDmVu
No comments:
Post a Comment