ଯେଉଁଠି ରାଷ୍ଟ୍ରପତି ଭବନକୁ ସୁରକ୍ଷା ଦେଉଛନ୍ତି ଶାଗୁଣା, ପେଚାଙ୍କ ଟିମ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଯେଉଁଠି ରାଷ୍ଟ୍ରପତି ଭବନକୁ ସୁରକ୍ଷା ଦେଉଛନ୍ତି ଶାଗୁଣା, ପେଚାଙ୍କ ଟିମ୍‌…

ମସ୍କୋ  : ଯେକୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନ କିମ୍ୱା ରାଷ୍ଟ୍ରପତି ଭବନର ସୁରକ୍ଷା ବ୍ୟବସ୍ଥା ବହୁତ କଡ଼ାକଡି ହୋଇଥାଏ।  ଯେପରି କୌଣସି ବାହ୍ୟ ଶତ୍ରୁ ଆକ୍ରମଣ କରି ପାରିବେନି କିମ୍ୱା ଅପରିଚିତ ଲୋକ ପ୍ରବେଶ କରିପାରିବେନି । ସେଥି ନିମନ୍ତେ ଟ୍ରେଣ୍ଡ କମାଣ୍ଡୋ ତଥା ଆର୍ମିର ଯବାନଙ୍କୁ ମୁତୟନ କରାଯାଇଥାଏ। ହେଲେ ଦୁନିଆରେ ଏପରି ଏକ ଦେଶ ଅଛି,  ଯେଉଁଠି ରାଷ୍ଟ୍ରପତି ଭବନର ସୁରକ୍ଷା ଲାଗି  ମୁତୟନ ହୋଇଛନ୍ତି ଶାଗୁଣା, ପେଚା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। ହେଲେ ଏପରି ସୁରକ୍ଷା ଟିମ୍ ନିୟୋଜିତ ହୋଇଛନ୍ତି ଋଷରେ।

ଋଷର ରାଷ୍ଟ୍ରପତି ଭବନ ଏବଂ ଏହାର ଆଖାପାଖରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକର ସୁରକ୍ଷା ବ୍ୟବସ୍ଥା  ନିମନ୍ତେ ଏଠାକାର ପ୍ରତିରକ୍ଷା ବିଭାଗ ଏକ ଟିମ୍‌ ଗଠନ କରିଛି। ଏହି ଟିମ୍‌ରେ କେବଳ ଶାଗୁଣା ଓ ପେଚା ଅଛନ୍ତି। ଶିକାରୀ ପକ୍ଷୀଙ୍କ ଏହି ଟିମ୍‌ ୧୯୮୪ ମସିହାରୁ  ଋଷର ରାଷ୍ଟ୍ରପତି ଭବନ ସୁରକ୍ଷା ବ୍ୟବସ୍ଥା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବାରେ ଅଧିକାରୀଙ୍କୁ ସାହାଯ୍ୟ କରୁଛି। ଏହି ଟିମ୍‌ରେ ଏବେ ୧୦ରୁ ଅଧିକ ଶାଗୁଣା ଓ ପେଚା ଥିବା ବେଳେ ରାଷ୍ଟ୍ରପତି ଭବନର ସୁରକ୍ଷାରେ ନିୟୋଜନ ପୂର୍ବରୁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

ଋଷ ରାଷ୍ଟ୍ରପତି ଭବନକୁ କାଉଙ୍କ ଦାଉରୁ ରକ୍ଷା କରିବାକୁ ଶାଗୁଣା ଓ ପେଚାଙ୍କ ଏହି ଟିମ୍‌ ନିୟୋଜିତ ହୋଇଛନ୍ତି। ଦୀର୍ଘ ଦିନ ହେଲା କାଉଙ୍କ ଦ୍ୱାରା ନିଷ୍କାଷିତ ବର୍ଜ୍ଜ୍ୟବସ୍ତୁ ଦ୍ୱାରା ରାଷ୍ଟ୍ରପତି ଭବନ, ଏହାର ଚତୁଃପାର୍ଶ୍ୱ ଓ ସରକାରୀ କାର୍ଯ୍ୟାଳୟଗୁଡିକ ଖରାପ ହୋଇଗଲାଣି। ତେଣୁ କାଉମାନଙ୍କୁ ଉକ୍ତ ଜାଗାରୁ ଘଉଡାଇବା ପାଇଁ ଶାଗୁଣା ଓ ପେଚାଙ୍କ ଟିମ୍‌ ପ୍ରସ୍ତୁତ ହୋଇଛି । ଯାହାକି ସଂଘୀୟ ଗାର୍ଡ ସେବା ଅଧୀନରେ ଆସୁଛି।

ଏହି ଟିମ୍‌ରେ ଏକ ୨୦ ବର୍ଷୀୟ ଶାଗୁଣା ଅଛି, ଯାହାର ନାଁ ‘ଓଲଫା’  ରହିଛି। ସେହିପରି ଏକ ପୁରୁଖା ପେଚା ରହିଛି ଯାହାର ନାଁ ‘ଫାଇଲ୍ୟା’ ରହିଛି। ଉଭୟଙ୍କ ବିଶେଷତ୍ୱ ହେଉଛି , ରାଷ୍ଟ୍ରପତି ଭବନ ଆଖପାଖ ଆକାଶରେ କାଉ ଉଡିବାର କିମ୍ୱା ଯଦି ସେମାନଙ୍କ  ଶବ୍ଦ ଶୁଭେ  ଆଖି ପିଛୁଳାକେ ଉଭୟ ସେଠି ପହଞ୍ଚିଯାନ୍ତି। ସେମାନେ ତତ୍‌କ୍ଷଣାତ କାଉକୁ ଘଉଡାଇବା ସଙ୍ଗେସଙ୍ଗେ ଦରକାର ପଡ଼ିଲେ ମାରି ମଧ୍ୟ ଦିଅନ୍ତି।

 

ସୋଭିଏତ ସଂଘର ପ୍ରାରମ୍ଭିକ ଅବସ୍ଥାରେ କାଉମାନଙ୍କ ପାଦ୍ରୂଭାବ ଏପରି ବୃଦ୍ଧି ପାଇଥିଲା ଯେ ସେମାନଙ୍କୁ ମାରିବା ପାଇଁ ପ୍ରଥମେ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ। ଏହାବ୍ୟତୀତ ସେମାନଙ୍କୁ ଭୟଭୀତ କରାଇବା ଲାଗି ଶିକାରୀ ପକ୍ଷୀଙ୍କ ସ୍ୱର ରେକର୍ଡ କରାଯାଇ ବଜାଗଲା। ଏହାସତ୍ତ୍ୱେ କାଉଙ୍କ ପାଦ୍ରୂଭାବ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା। ଫଳରେ ଶାଗୁଣା ଓ ପେଚାଙ୍କ ଟିମ୍‌ ପ୍ରସ୍ତୁତ କରାଗଲା,  ଯାହାକି ବେଶ୍‌ ଫଳପ୍ରଦ ବି ହେଲା।  ଏବେ ସେମାନଙ୍କୁ ଏପରି ଟ୍ରେନିଂ ଦିଆଯାଉଛି ଯେ, ଏକ ଛୋଟ ଡ୍ରୋନ୍‌ ବି ଯଦି ରାଷ୍ଟ୍ରପତି ଭବନ ଆଖପାଖରେ ବୁଲେ ତେବେ ତାହାକୁ ସେମାନେ ଆକ୍ରମଣ କରି ଧ୍ୱସଂ କରିପାରିବେ।



from Odisha Reporter http://bit.ly/2D0CYDo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages