ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର, ଚାଷୀଙ୍କ ରୋଜଗାର ଦୁଇ ଗୁଣା ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର, ଚାଷୀଙ୍କ ରୋଜଗାର ଦୁଇ ଗୁଣା ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଙ୍କଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ୫ ବର୍ଷର ସଫଳତା ବଖାଣିଥିବାବେଳେ ଆଗାମୀ ଦିନରେ ବିଶ୍ବର ଶ୍ରେଷ୍ଠ ୩ଟି ଅର୍ଥନୈତିକ ଦେଶ ମଧ୍ଯରେ ଭାରତ ଆସିବ ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ସରକାରର ନ୍ଯୁ ଇଣ୍ଡିଆ ନାରାକୁ ଦୋହରାଇଛନ୍ତି ରାଜନାଥ । ୬ କୋଟି ଲୋକଙ୍କ ମତକୁ ନେଇ ବିଜେପି ଏହି ସଙ୍କଳ୍ପ ପତ୍ର ଘୋଷଣା କରିଛି ବୋଲି ସେ କହିଛନ୍ତି।

ବିଜେପିର ସଙ୍କଳ୍ପ ପତ୍ର

    • ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ଲାଗିବ
    • ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ
    • ସିଟିଜେନସିପ୍ ବିଲ୍ ପାସ୍ ହେବ, ଲାଗୁ କରାଯିବ
    • ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ସାଲିସ କରାଯିବନି
    • ମିଳିତ ଆଲୋଚନାରେ ଶୀଘ୍ର ରାମନ୍ଦିର ନିର୍ମାଣ ଚେଷ୍ଟା
    • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରାଯିବ
    • ଗ୍ରାମୀଣ ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ
    • କୃଷକଙ୍କୁ ପିଏମ୍ କିଷାନ ନିଧି ସହାୟତା ଚାଲୁ ରହିବ
    • ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ
    • ଛୋଟ ଚାଷୀଙ୍କୁ ପେନସନ ସୁବିଧା ଦିଆଯିବ
    • ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ କରାଯିବ
    • ଦେଶର ଛୋଟ ଦୋକାନୀଙ୍କୁ ପେନସନ ବ୍ୟବସ୍ଥା ହେବ
    • ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ
    • କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ମଜବୁତ କରାଯିବ
    • ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେନସ କରାଯିବ
    • ଚାଷୀଙ୍କୁ ୧ଲକ୍ଷ ଟଙ୍କା ପଯର୍ୟନ୍ତ ଋଣ ବିନା ସୁଧରେ ଦିଆଯିବ
    • ସବୁ ଗରିବ ପରିବାରକୁ ମାଗଣା ଏଲପିଜି କନେକ୍ସନ ଦିଆଯିବ
    • ଦେଶରେ ଆଉ ୭୫ ମେଡିକାଲ କଲେଜ ପ୍ରତିଷ୍ଠା ହେବ
    • ପ୍ରତି ବ୍ୟକ୍ତିକୁ ୫ କି.ମି ଭିତରେ ବ୍ୟାଙ୍କ ସୁବିଧା ମିଳିବ

 

ସଙ୍କଳ୍ପ ପତ୍ର ଘୋଷଣା କରିବା ପୂର୍ବରୁ ୫ ବର୍ଷ ସରକାରର ସଫଳତା ବଖାଣିଥିଲେ ବିଜେପି ସଭାପତି ଅମିତ ଶାହ।

୨୦୧୪ ବେଳେ ବିଜେପି ସରକାରକୁ ଆସିଥିବାବେଳେ ଦେଶର ଅର୍ଥନୀତି ଅନ୍ତର୍ଜାତୀୟ ସ୍ତରରେ ୧୧ ନମ୍ବରରେ ଥିବାବେଳେ ଏବେ ୫ ନମ୍ବରରେ ପହଞ୍ଚିଥିବା ସେ କହିଛନ୍ତି । ୫ ବର୍ଷରେ ୫୦ରୁ ଅଧିକ ବଡ଼଼ ନିଷ୍ପତ୍ତି ମୋଦି ସରକାର ନେଇଥିବା ସେ କହିଛନ୍ତି ।

ଶ୍ରୀ ଶାହ କହିଛନ୍ତି, ଭାରତ ଏବେ ମହାକାଶରେ ମହଶକ୍ତିରେ ପରିଣତ ହୋଇଛି। ବିଭିନ୍ନ ଦୁର୍ନୀତି ଓ ଆତଙ୍କବାଦ ପ୍ରସଙ୍ଗରେ ମୋଦି ସରକାର କଡ଼ା ପଦକ୍ଷେପ ନେଇ ଲୋକଙ୍କ ପ୍ରତି ସରକାରର ସଙ୍କଳବଦ୍ଧକୁ ପ୍ରମାଣ କରିଛନ୍ତି। ମୋଦି ସରକାର ବିରୋଧରେ କୌଣସି ଦୁର୍ନୀତିର ଅଭିଯୋଗ ନାହିଁ। ୨୦୧୯ରେ ଭାରତର ଇତିହାସ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ।



from Odisha Reporter http://bit.ly/2G7orYH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages