ଆପଣଙ୍କ ମସ୍ତିଷ୍କ ଦୁର୍ବଳ କରିଦେବ ଏହି ସବୁ ଅଭ୍ୟାସ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଆପଣଙ୍କ ମସ୍ତିଷ୍କ ଦୁର୍ବଳ କରିଦେବ ଏହି ସବୁ ଅଭ୍ୟାସ …

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ। ଆମ ଦୈନଦିନ  ଜୀବନଶୈଳୀରେ କିଛିଟା ଭୁଲ ଯୋଗୁଁ  ଆମ ମସ୍ତିଷ୍କ ବହୁ ମାତ୍ରାରେ ଦୁର୍ବଳ ହୋଇଯାଏ।  ଲୋକ ନିଜ ଅଜାଣତରେ ଏମିତି ଗୁଡ଼ାଏ କାମ କରି ବସନ୍ତି ଯାହା ଫଳରେ ସେମାନଙ୍କ ମସ୍ତିଷ୍କ ଭାରସାମ୍ୟ ହରାଇ ବସେ। ସେମାନଙ୍କ ମାନସିକ ସ୍ଥିତି ବିଗିଡ଼ିଯାଏ । ତେବେ ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ କ’ଣ?

୧) ଚିନ୍ତା : ସବୁବେଳେ ମାନସିକ ଚିନ୍ତାରେ ରହିବା ଆଦୌ ଭଲ ନୁହେଁ। ସବୁବେଳେ ଚିନ୍ତା କଲେ ଏହା ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। । ଯାହା କି ପରବର୍ତ୍ତୀ ସମୟରେ ଗମ୍ଭୀର ରୂପ ନେଇପାରେ।

୨)  ନିଦ୍ରାହୀନତା: ନିଦ ଆମ ମସ୍ତିଷ୍କକୁ ଆରାମ ଦେଇଥାଏ  ଏବଂ ଏହି ସମୟରେ ମସ୍ତିଷ୍କ ଆମ ଶରୀର କୋଷଗୁଡ଼ିକୁ ସଜାଡ଼ି ଥାଏ ଏବଂ କୋଷଗୁଡ଼ିକୁ ବଢ଼ିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ  ରାତିରେ ଠିକ୍‌ ଭାବେ ନିଦରେ ଶୋଇପାରନ୍ତି ନାହିଁ,  ତେବେ ଆପଣଙ୍କ ମସ୍ତିଷ୍କରେ ଥିବା କୋଷଗୁଡ଼ିକ ମରିବା ଆରମ୍ଭ କରିଥାଏ। ମସ୍ତିଷ୍କ ଉପରେ ଏହା ବହୁ ଖରାପ ପ୍ରଭାବ ପକାଇଥାଏ।

୩) ଅଳ୍ପ କଥାବାର୍ତ୍ତା : ଆମେମାନେ ଯଦି ପ୍ରତିଦିନ ବିଶେଷ ଭାବରେ କଥାବାର୍ତ୍ତା ନ କରିବା, ଖୁବ ଅଳ୍ପ କହିବା ତେବେ ମଧ୍ୟ ଆମ ମସ୍ତିଷ୍କର ଶକ୍ତି କମି ଯାଇଥାଏ। ଏହା ଦ୍ୱାରା ଆମ ମସ୍ତିଷ୍କ ଠିକ୍‌ ଭାବେ କାର୍ଯ୍ୟ କରିପାରେ ନାହିଁ । ଫଳରେ ଏହା ଧୀରେ ଧୀରେ ସଙ୍କୁଚିତ ହୋଇଯାଏ।

୪) ଧୂମପାନ: ଧୂମପାନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ଥିବା କୋଷଗୁଡ଼ିକ ଧୀରେ ଧୀରେ ଛୋଟ ହୋଇଯାଆନ୍ତି । ଯାହା ଫଳରେ ମସ୍ତିଷ୍କରେ ଅଲ୍‌ଜାଇମର ନାମକ ଏକ ମାରାତ୍ମକ ରୋଗ ହୋଇପାରେ। ଏହି ରୋଗ ହେଲେ ଆପଣଙ୍କର ସ୍ମରଣ ଶକ୍ତି କମିଯାଏ।  ଫଳରେ ଆପଣ ସବୁ କଥା ଭୁଲିବାକୁ ଲାଗନ୍ତି।

୫) ଅଧିକ ମିଠା ଜାତୀୟ ଖାଦ୍ୟ: ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ଅତ୍ୟଧିକ ମିଠା ସେବନ କରିବା ଦ୍ୱାରା ମସ୍ତିଷ୍କ ରୋଗଗ୍ରସ୍ତ ହୋଇପାରେ। ତେଣୁ ଆପଣ ଖାଉଥିବା ଖାଦ୍ୟରେ ସୁଗାର ମାତ୍ରା କେତେ ରହୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ।

୬) ଜଳଖିଆ ନ ଖାଇବା: ଯିଏ ସକାଳେ ଏବଂ ସନ୍ଧ୍ୟାରେ ଜଳଖିଆ ନଖାଇ ଖାଲି ପେଟରେ ରହେ ତା’ର ରକ୍ତରେ ସୁଗାର ସ୍ତର କମ୍ ଥାଏ। ଫଳରେ ଆମ ମସ୍ତିଷ୍କକୁ ଦରକାରୀ ପୋଷଣ ମିଳେ ନାହିଁ।  ଯେଉଁଥିପାଇଁ ମସ୍ତିଷ୍କ ରୋଗଗ୍ରସ୍ତ ଏବଂ ଦୁର୍ବଳ ହୋଇଥାଏ।

୭) ଅତ୍ୟଧିକ ଭୋଜନ: ଅତ୍ୟଧିକ ଭୋଜନ କଲେ ଆମ ମସ୍ତିଷ୍କର କିଛି ସ୍ତର ଶକ୍ତ ହୋଇଯାଏ। ଯାହା ଫଳରେ ଆମ ମାନସିକ ଶକ୍ତି କମିଯାଏ।

୮) ମୋଟାପଣ: ମୋଟାପଣ ମସ୍ତିଷ୍କ ପାଇଁ କ୍ଷତିକାରକ। ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଲେ ଓ ବ୍ୟାୟାମ ନ କଲେ ଶରୀର ମୋଟା ହୋଇଯାଏ ଓ ଏହା ମସ୍ତିଷ୍କ ପାଇଁ ଆଦୌ ଭଲ  ନୁହେଁ । ମୋଟାପଣ ମସ୍ତିଷ୍କକୁ ଦୁର୍ବଳ କରି ଦିଏ। ଏଣୁ ପ୍ରତିଦିନ କିଛି ବ୍ୟାୟାମ କରିବା ଉଚିତ।



from Odisha Reporter https://ift.tt/2JYOhCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages