ଚିଟ୍‌ଫଣ୍ଡ୍‌ ଠକଙ୍କୁ ମିଳିବ କଠୋର ଦଣ୍ଡ, ପ୍ରତ୍ୟେକ ଜିଲ୍ଲାରେ ହେବ ମେଡିକାଲ୍ କଲେଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଚିଟ୍‌ଫଣ୍ଡ୍‌ ଠକଙ୍କୁ ମିଳିବ କଠୋର ଦଣ୍ଡ, ପ୍ରତ୍ୟେକ ଜିଲ୍ଲାରେ ହେବ ମେଡିକାଲ୍ କଲେଜ

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ। ତା’ସହିତ ଚିଟ୍‌ଫଣ୍ଡ ଠକଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ରାଜ୍ୟ ବିଜେପି ତା’ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ରେ ଏମିତି ପ୍ରତିଶ୍ରୁତି ଦେଇଛି।

ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲା। ଏଥିରେ କୁହାଯାଇଛି, ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମଧ୍ୟ ଲାଗୁ କରାଯିବ।

ରାଜ୍ୟ ବିଜେପି ‘ସଂକଳ୍ପ ପତ୍ର’ରେ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଥିବା ବେଳେ କ୍ଷମତାକୁ ଆସିଲେ ୩ ମାସ ମଧ୍ୟରେ ପେଶା ଆଇନ ଲାଗୁ କରାଯିବ ବୋଲି କହିଛି।

ଚାଷୀମାନଙ୍କୁ ଦଳ ବିନା ସୁଧରେ ଋଣ ଦିଆଯିବ ବୋଲି କହିଥିବା ବେଳେ ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ବି ଗୁରୁତ୍ୱ ଦେଇଛି।

ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ବିଜୁଳି ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।
ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ବୋଲି ଦଳ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଏହା ସହିତ ରାଜ୍ୟରେ ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଖତମ କରାଯିବ ବୋଲି ଦଳ କହିଛି।

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଜେପି ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା କରାଯିବ ବୋଲି କହିଛି। ଏହା ସହିତ୫ଟି ହାଇଟେକ୍ ମେଡିକାଲ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ଏଥିରେ ଆହୁରି କୁହାଯାଇଛି ଯେ ବିଜେପି ସରକାର ଗଢ଼ିଲେ ୨ ବର୍ଷ ଭିତରେ ବେକାରୀଙ୍କୁ ଚାକିରି ମିଳିବ। ଏହା ସହିତ ୫ ବର୍ଷରେ ୨୦ ଲକ୍ଷ ପିଲାଙ୍କୁ ସ୍କିଲ ଡେଭଲପମେଣ୍ଟ ପ୍ରଦାନ କରାଯିବ।

ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଅମିତ ଶାହ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ବିଜେଡିର ଶାସନ କଂଗ୍ରେସଠୁ ମଧ୍ୟ ନିକୃଷ୍ଟ। ଦୂରଦୃଷ୍ଟି ଅଭାବ, ଆଳସ୍ୟ ଓ ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଇଛି। ଖଣି ଓ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସଂପୃକ୍ତ ନେତାଙ୍କୁ ଟିକେଟ ମିଳିଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା,ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆଜି ରାଜ୍ୟ କଂଗ୍ରେସ ବି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି।



from Odisha Reporter http://bit.ly/2D3JRDY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages