
ମୋହାଲି: ଚଳିତ ଆଇପିଏଲରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରିଥିବା କିଙ୍ଗସ ଇଲେଭେନ୍ ପଞ୍ଜାବକୁ ଡବଲ୍ ଝଟକା ଲାଗିଛି। ଦଳର ଦୁଇ ଖେଳାଳି ମୋଏସିସ୍ ହେନରିକ୍ସ ଓ ମୁଜୀବ-ଉର-ରେହମାନ୍ ଆହତ ହୋଇଛନ୍ତି। ଦୁହିଁଙ୍କ ଆହତ ହେବା ଦ୍ୱାରା ଟିମର ଚିନ୍ତା ବଢ଼ିଯାଇଛି।
ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ହେନରିକ୍ସ ପଞ୍ଜାବ ପକ୍ଷରୁ ଡେବ୍ୟୁ କରିଥାନ୍ତେ। ତାଙ୍କୁ ମଧ୍ୟ ପ୍ରାକ୍ଟିସ ବେଳେ ଡେବ୍ୟୁ କ୍ୟାପ୍ ପ୍ରଦାନ କରାଯାଇଥିଲା। କିନ୍ତୁ ୱାର୍ମଅପରେ କ୍ୟାଚ୍ ପ୍ରାକ୍ଟିସ୍ କରୁଥିବା ବେଳେ କରୁଥିବା ବେଳେ ହେନରିକ୍ସଙ୍କୁ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଦୁଇଜଣ ଖେଳାଳିଙ୍କ ସହାୟତାରେ ତୁରନ୍ତ ମଇଦାନ ଛାଡ଼ି ବାହାରକୁ ଚାଲି ଯାଇଥିଲେ।
ସେହିପରି ମ୍ୟାଚ୍ ଖେଳୁଥିବା ସମୟରେ ମୁଜୀବଙ୍କ କାନ୍ଧରେ ଆଘାତ ଲାଗିଥିଲା। ତେବେ ଦୁହିଁଙ୍କ ଆହତ କେତେ ଗୁରୁତର, ତାହା ସ୍କାନ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଯଦି ଆଘାତ ଗୁରୁତର ଥିବ, ତାହେଲେ ଦୁହେଁ ଆଇପିଏଲରୁ ବାଦ୍ ପଡ଼ିବେ।
from Odisha Reporter http://bit.ly/2UGDdyh
No comments:
Post a Comment