
ହାଇଦ୍ରାବାଦ: ଚଳିତ ଆଇପିଏଲର ୪୮ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟସ୍ ଜିଜି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅର୍ଥାତ୍ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ହାଇଦ୍ରାବାଦ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କ ଏହା ଅନ୍ତିମ ଆଇପିଏଲ୍ ମ୍ୟାଚ୍। ଏହା ପରେ ସେ ସ୍ୱଦେଶ ଫେରିଯିବେ। ପଞ୍ଜାବ ଟିମର ପ୍ରଭସିମରନ୍ ଏହି ମ୍ୟାଚ୍ ଜରିଆରେ ଆଇପିଏଲରେ ଡେବ୍ୟୁ କରିଛନ୍ତି। ସେହିପରି ପଞ୍ଜାବ ଟିମକୁ ମୁଜୀବ-ଉର୍-ରେହମାନ୍ ଫେରିଛନ୍ତି। ସେହିପରି ହାଇଦ୍ରାବାଦ ଟିମରେ ଅଭିଷେକ ଶର୍ମା, ମହମ୍ମଦ ନବି ଓ ସନ୍ଦୀପ ଶର୍ମା ସାମିଲ୍ ହୋଇଛନ୍ତି।
ପଞ୍ଜାବ ଏକାଦଶ: ଲୋକେଶ ରାହୁଲ, କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ୍, ଡେଭିଡ୍ ମିଲର୍, ନିକୋଲାସ ପୁରାନ୍, ପ୍ରଭସିମରନ୍ ସିଂହ, ରବିଚନ୍ଦ୍ରନ୍ ଅଶ୍ୱିନ୍ (ଅଧିନାୟକ), ମୁଜୀବ-ଉର-ରେହମାନ୍, ମହମ୍ମଦ ଶାମି, ମୁରୁଗାନ୍ ଅଶ୍ୱିନ୍, ଅର୍ଶଦୀପ ସିଂହ।
ହାଇଦ୍ରାବାଦ ଏକାଦଶ: ଡେଭିଡ୍ ୱାର୍ଣ୍ଣର, କେନ୍ ୱିଲିୟମସନ୍, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ଋଦ୍ଧିମାନ ସାହା, ଅଭିଷେକ ଶର୍ମା, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ସନ୍ଦୀପ ଶର୍ମା ।
from Odisha Reporter http://bit.ly/2GQYCwi
No comments:
Post a Comment