ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଅଭିଯୋଗ

ବ୍ରଜରାଜନଗର(ଓଡ଼ିଶା ରିପୋର୍ଟର): ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ରାଧାରାଣୀଙ୍କ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ବ୍ରଜରାଜନଗର ମ୍ୟୁନିସ୍‌ପାଲଟିର ୪ ନଂ ୱାର୍ଡ଼ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଗଙ୍ଗନଗରର ଏକ ବୁଥକୁ ଯାଉଥିବା ବେଳେ ବିଜେଡି ନେତା ଓ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଧାରାଣୀ କହିଛନ୍ତି ଯେ,ଗଙ୍ଗନଗରରେ ବିଜେଡି ନେତାମାନେ ବୁଥ୍ ରିଗିଂ କରୁଥିଲେ।

ବୁଥ୍ ଭିତରକୁ ପଶି ଲୋକଙ୍କୁ ଧମକାଉଥିଲେ। ସମସ୍ତଙ୍କୁ ଶଙ୍ଖରେ ଭୋଟ୍‌ ଦେବା ପାଇଁ କହୁଥିଲେ। ଶଙ୍ଖରେ ଭୋଟ୍‌ ନଦେଲେ ଦାନାପାଣି ବନ୍ଦ କରିଦିଆଯିବ ବୋଲି ଧମକାଉଥିଲେ। ଖବର ପାଇ ମୁଁ ସେଠାରେ ପହଞ୍ଚି ବିରୋଧ କରିବାରୁ ମତେ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହି ସମୟରେ ମୋର ସୁରକ୍ଷାକର୍ମୀ ଚାଲିଆସିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା।



from Odisha Reporter http://bit.ly/2UIqRGd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages