ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଯଦି ପ୍ରତିଷ୍ଠା ହୋଇପାରିବ, ମୋର କାହିଁକି ନୁହେଁ: ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଯଦି ପ୍ରତିଷ୍ଠା ହୋଇପାରିବ, ମୋର କାହିଁକି ନୁହେଁ: ମାୟାବତୀ

ନୂଆଦିଲ୍ଲୀ: ଯଦି ଭାଗବାନ ରାମ, ଶିବାଜୀ ମହାରାଜ, ନେହରୁ, ବାଜପେୟୀଙ୍କର ପ୍ରତିମୂର୍ତ୍ତି ଯଦି ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ ତିଆରି କରାଯାଇପାରିବ, ତା’ହେଲେ ମୋର କାହିଁକି ହୋଇପାରିବ ନାହିଁ ହୋଲି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ସୁପ୍ରିମକୋର୍ଟରେ କହିଛନ୍ତି। ଦଳୀୟ ଚିହ୍ନ ହାତୀର ମୂର୍ତ୍ତିକୁ ନେଇ ସୁପ୍ରିମକୋର୍ଟ ମାୟାବତୀଙ୍କ ଉପରେ କଡ଼ା ଟିପ୍ପଣୀ ରଖିଥିଲେ। ଏହାପରେ ନିଜ ଓକିଲ ଜରିଆରେ ମାୟାବତୀ ସୁପ୍ରିମକୋର୍ଟରେ ଏହି ବୟାନ ରଖିଛନ୍ତି।

ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବାବେଳେ ସେ କହିଛନ୍ତି ଯେ ଭାରତରେ ସ୍ମାରକ ବନାଇବା ଓ ପ୍ରତିମୂର୍ତି ବନାଇବା କିଛି ନୂଆ ନୁହଁ। କଂଗ୍ରେସ କ୍ଷମତାରେ ଥିବାବେଳେ କେନ୍ଦ୍ର ଓ ରାଜ୍ୟରେ ଜବାହର ଲାଲ ନେହରୁ, ଇନ୍ଦିରା ଗାନ୍ଧି, ପି ଭି ନରସିମହା ରାଓଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଆବେଦନ କି ପ୍ରଶ୍ନ ଉଠାଯାଇନି ବୋଲି କହି ସେ ନିଜ ପକ୍ଷ କହିଛନ୍ତି।

ଉଦାହରଣ ଦେବାକୁ ଯାଇ ଗୁଜରାଟ ସରକାରଙ୍କ ଦ୍ବାରା ୧୮୨ ମିଟର ଉଚ୍ଚର ୩ ହଜାର କୋଟି ଟଙ୍କାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି, ମୁମ୍ବାଇରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଥିବା କଥା ଉଠାଇ ନିଜର ପକ୍ଷ ରଖିଛନ୍ତି। ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଦ୍ବାରା ତିଆରି ହେବାକୁ ଥିବା ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ବାବଦରେ ମଧ୍ୟ କୋର୍ଟରେ ସେ ମତ ରଖିଛନ୍ତି।

ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ୱାଇ ଏସ ଆର ରେଡ୍ଡି, ଜୟଲଳିତାଙ୍କ ପ୍ରତିମୂର୍ତ୍ତି ବାବଦରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2FVAoAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages