ସକାଳୁ ଉଠନ୍ତୁ, ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ସକାଳୁ ଉଠନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଛୋଟବେଳୁ ଶୁଣି ଆସିଥାଉ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ଏହି ଉକ୍ତିକୁ ପାଳନ କରିଥାନ୍ତି। ଯାହାକୁ ବି ଆପଣ ହେଲଥ୍‌ ଟିପ୍ସ୍‌ ମାଗିବେ ପ୍ରଥମେ ସେ ସକାଳୁ ଉଠିବାକୁ ହିଁ ପରାମର୍ଶ ଦେବେ। ତେବେ ଆପଣ  ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ଲାଗି ଆଗ୍ରହ ଦେଖାଇବେ। ତେବେ ଜାଣି ରଖନ୍ତୁ ସକାଳୁ ଉଠିବାର ଫାଇଦା ବିଷୟରେ।

ଶରୀରରେ ରହେନାହିଁ ଆଳସ୍ୟ

ସକାଳୁ ଉଠିଲେ ଆମର ସବୁଠୁ ବଡ଼ ଫାଇଦା ହୋଇଥାଏ ଯେ, ଆମକୁ ଦିନସାରା ଅଳସୁଆ ଲାଗି ନଥାଏ। ଆମେ ପୂରା ଦିନ କାମ କରିବା ପାଇଁ ଶକ୍ତି ପାଉଥାଉ। ସକାଳୁ ଉଠୁଥିବା ଲୋକମାନଙ୍କ ମଧ୍ୟରେ ଭାବିବା ଏବଂ କିଛି କାର୍ଯ୍ୟକୁ ସଠିକ୍‌ ରୂପେ ତୁଲାଇବାର କ୍ଷମତା ଥାଏ। ସକାଳୁ ଉଠୁଥିବା ଲୋକ ରଚନାତ୍ମକ ହୋଇଥାନ୍ତି। ସେମାନଙ୍କର ଏକାଗ୍ରତା ଶକ୍ତି ଅଧିକା ଥାଏ।

ପ୍ରାକୃତିକ ପୋଷଣ

ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ଆପଣଙ୍କ ଦିନ ସକାଳୁ ଉଠି ବାହାରେ ବୁଲାବୁଲି କରିବାରୁ ଆରମ୍ଭ କରନ୍ତୁ।

ସଠିକ୍‌ ସମୟରେ ଜଳଖିଆ କରିପାରିବେ

ସକାଳୁ ଉଠିବାର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ। ଆମେ ଯଦି ଡେରିରେ ଉଠିଥାଉ ତାହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ। ଏହା ଆମ ଶରୀର ପାଇଁ  ଆଦୌ ଭଲ ନୁହେଁ। ତେବେ ଆପଣ ସକାଳେ ଉଠିଲେ ଜଳଖିଆ ପେଟ ପୁରା ଖାଆନ୍ତୁ। ଏହା କଳେ ଆପଣଙ୍କର ଗ୍ୟାସ୍‌ ସମସ୍ୟା ନ ହେବା ସହ ଦିନସରା ସତେଜତା ଅନୁଭବ କରିବେ।

ସକରାତ୍ମକ ପ୍ରଭାବ ପକାଏ

ସକାଳୁ ଊଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ



from Odisha Reporter http://bit.ly/2XjESqE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages