ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨% ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨% ମତଦାନ

voters

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି। ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ମିଳିଥିବା

ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୫ ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ ୨୧, କଳାହାଣ୍ଡିରେ ୨୩ ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୩ ପତିଶତ ମତଦାନ ହୋଇଛି।

ଭୋଟ୍ ଗ୍ରହଣ ପ୍ରାରମ୍ଭରେ ଆଜି ଅନେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିଲା। ଏଣୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥ୍‌, ଲମତାପୁଟ ବ୍ଳକ୍‌ର ୬୮, ୬୯ ଓ ୭୭ ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିଲା। ସେହିପରି ମାଲକାନଗିରି ଜିଲ୍ଲାର ୧୦ଟି ବୁଥ୍‌ରେ ମଧ୍ୟ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍‌ ଗ୍ରହଣରେ ବିଳମ୍ବ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର ୨ଟି ବୁଥ୍‌ ଓ ରାଇଘର ବ୍ଲକ୍‌ର ଗୋଟିଏ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯିବାରୁ ମତଦାନ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଗୋଡ଼ିବାଲି ୟୁପି ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। ଏହାକୁ ସଜାଡ଼ିବାରେ ବିଳମ୍ବ ହେବା ଯୋଗୁ ଭୋଟ୍‌ ନ ଦେଇ ଭୋଟର୍‌ମାନେ ଫେରି ଯାଇଥିଲେ ବୋଲି ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟର ବାଜିଗଡ଼ ଆଶ୍ରମ ସ୍କୁଲ୍‌ର ୬୫ ନମ୍ବର ବୁଥ୍‌ ଓ ଖର୍ସପଡ଼ା ୟୁପି ସ୍କୁଲର ୭୧ ନମ୍ବର ବୁଥ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା,ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ଆଦି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ।

ଅନ୍ୟପକ୍ଷରେ ନବରଙ୍ଗପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଦେଶର ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୧ଟି ଲୋକସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଉଛି। ସେହିଭଳି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି।



from Odisha Reporter http://bit.ly/2Z2GarI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages