ଜେଲରେ ରହି ଟିକେଟ ବାଣ୍ଟୁଛନ୍ତି ଲାଲୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଜେଲରେ ରହି ଟିକେଟ ବାଣ୍ଟୁଛନ୍ତି ଲାଲୁ!

ପାଟନା (ବିହାର): ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚଳିତ ନିର୍ବାଚନ ପାଇଁ ଟିକେଟ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଜେଡିୟୁ।
ନିର୍ବାଚନ କମିଶନରଙ୍କୁ ଜେଡିୟୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଯେ ଜଣେ ଦୁର୍ନୀତିଗ୍ରସ୍ତ ନେତା ଜେଲରେ ଥିବା ବେଳେ ଦଳୀୟ ଟିକେଟ ବାଣ୍ଟୁଛି, ଏଥିପାଇଁ ନିର୍ବାଚନ କମିଶନଙ୍କ ଅନୁମୋଦନ ନିଆଯାଇଛି କି ନାହିଁ? ଯଦି ନୁହେଁ, ତାହେଲେ ନିର୍ବାଚନ କମିଶନ ଏହାକୁ ବେଆଇନ ବୋଲି ଘୋଷଣା କରିବା ପାଇଁ ଦାବି କରିଛି ଜେଡିୟୁ। ଏଥିସହ ଜେଲରେ ଲାଲୁଙ୍କ ସହ ନେତାଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଛି ବିହାରର ଶାସକ ଦଳ। ଜେଲ ନିୟମାବଳୀ ଅନୁଯାୟୀ ଜଣେ ସଜା କାଟୁଥିବା ବ୍ୟକ୍ତି ରାଜନୀତିକ ଭୂମିକାରେ ରହିପାରିବ ନାହିଁ, ହେଲେ ନେତା ମାନେ କିଭଳି ଲାଲୁଙ୍କୁ ଭେଟି ତାଙ୍କର ଦସ୍ତଖତ ଆଣୁଛନ୍ତି ବୋଲି ଜେଡିୟୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ସେହିପରି ଜେଲରେ ଥିବା ଲାଲୁ କିପରି ଟ୍ୱିଟ୍ କରୁଛନ୍ତି? ଯଦି ଅନ୍ୟ କେହି ତାଙ୍କ ପାଇଁ ଟ୍ୱିଟ୍ କରୁଛି, ତାହେଲେ ଲାଲୁଙ୍କ ସହ ସେ ବ୍ୟକ୍ତି କିଭଳି ଯୋଗାଯୋଗ କରୁଛନ୍ତି ବୋଲି ଜେଡ଼ିୟୁ ମୁଖପାତ୍ର ନିରଜ କୁମାର ପ୍ରଶ୍ନ କରିଛନ୍ତି। କାରଣ ତାଙ୍କ ଆକାଉଣ୍ଟ ଦ୍ବାରା ଟ୍ୱିଟ୍  କରାଯାଇ ରାଜନୀତିକ ଏଜେଣ୍ଡା ପ୍ରସ୍ତୁତ ହେଉଛି ଯାହାକି ଜଣେ ଜେଲରେ ସଜା କାଟୁଥିବା ବେଳେ କରୁଛି। ତେଣୁ ଲାଲୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡେଡିୟୁ ଦାବି କରିଛି।


from Odisha Reporter http://bit.ly/2ULTJNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages