
ମୁମ୍ବାଇ: ୨୦୧୯ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏଥିନିମନ୍ତେ ପୂର୍ବରୁ ଅନେକ କଳାକାର ନିଜ ପ୍ରଶଂସକମାନଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ ମଧ୍ୟ କରିଥିଲେ। ଏମିତିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭୋଟ୍ ଦେବା ପାଇଁ ସମସ୍ତ ନାଗରିକଙ୍କୁ ଉତ୍ସାହିତ କରିବାକୁ ବଲିଉଡ୍ର ଆଗଧାଡ଼ିର କଳାକାରମାନଙ୍କୁ ଟୁଇଟ୍ କରି ପରାମର୍ଶ ଦେଇଥିଲେ।
କିନ୍ତୁ ଲୋକମାନଙ୍କୁ କ’ଣ ସଚେତନ କରିବେ ଏବେ ନିଜେ ଅଭିନେତ୍ରୀ ଆଲିଆ ଭଟ୍ଟ ଚଳିତ ଲୋକସଭା ନିର୍ବାଚନରେ ଭୋଟ୍ ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ତେବେ ତାଙ୍କର ଏମିତି ନିଷ୍ପତ୍ତି ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ। ତେବେ ଚାଲନ୍ତୁ ଜାଣିବା ତାଙ୍କର ଏମିତି ନିଷ୍ପତ୍ତି ପଛର କାରଣ କ’ଣ।
ସୂଚନା ମୁତାବକ, ଫିଲ୍ମ ‘କଲଙ୍କ’ର ପ୍ରମୋସନ ସମୟରେ ବରୁଣ ଧଓ୍ଵନ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ଏବଂ ଆଲିଆ ଭଟ୍ଟଙ୍କୁ ମତଦାନ ବିଷୟରେ ପଚରା ଯାଇଥିଲା। ବରୁଣ ଧଓ୍ଵନ, ଆଦିତ୍ୟ ରୟ କପୁର ଏବଂ ସୋନାକ୍ଷୀ ସିହ୍ନା ଭୋଟ୍ ଦେଇ ଦେଶ ପାଇଁ ଉଚିତ୍ ସରକାର ଗଢ଼ିବେ ବୋଲି କହିଥିଲେ।
କିନ୍ତୁ ସେଠାରେ ଉପସ୍ଥିତ ଆଲିଆ ଭୋଟ୍ ଦେଇ ପାରିବେ ନାହିଁ ବୋଲି କହିଥିଲେ।
ଏହାର କାରଣ ପଚରାଯିବାରୁ ସେ କହିଥିଲେ, ‘‘ମୁଁ ମୋ ପାସପୋର୍ଟ ପାଇଁ ମତଦାନ କରି ପାରିବି ନାହିଁ। କାରଣ ମୋ ପାସପୋର୍ଟରେ ମା’ ସୋନି ରଜଦାନ୍ଙ୍କ ପାଇଁ ମୁଁ ଜଣେ ବ୍ରିଟିଶ ନାଗରିକ ବୋଲି ଉଲ୍ଲେଖ ରହିଛି। ଭାରତରେ ଦୁଇଟି ନାଗରିକତା ନେବା ଆଇନ ବିରୁଦ୍ଧ। ଯେହେତୁ ମୁଁ ଭାରତର ନାଗରିକ ନୁହେଁ, ସେଥିପାଇଁ ମୁଁ ମତଦାନ କରି ପାରିବି ନାହିଁ।’’
from Odisha Reporter http://bit.ly/2VLPH4q
No comments:
Post a Comment