ଠିକଣା ସମୟରେ ଦୁଇ ଅଶ୍ବୀନଙ୍କ ଖେଳ ପଞ୍ଜାବକୁ ଜିତାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଠିକଣା ସମୟରେ ଦୁଇ ଅଶ୍ବୀନଙ୍କ ଖେଳ ପଞ୍ଜାବକୁ ଜିତାଇଲା

ଚଣ୍ଡିଗଡ଼: ମଙ୍ଗଳବାର ପଞ୍ଜାବର ମୋହାଲିରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୧୨ ରନରେ ପରାସ୍ତ କରିଛି କିଙ୍ଗସ୍ ଏକାଦଶ। ପଞ୍ଜାବ ଟିମର କ୍ୟାପଟେନ ଆର.ଅଶ୍ବୀନ ଓ ଏମ.ଅଶ୍ବୀନଙ୍କ ଜବରଦସ୍ତ ବୋଲିଂ ପାଇଁ ରାଜସ୍ଥାନ ରୟାଲସକୁ ୧୭୦ ରନରେ ଅଟକାଇବାରେ ସକ୍ଷମ ହୋଇଥିଲା ଘରୋଇ ଟିମ୍। ଆର. ଅଶ୍ବୀନ ମଧ୍ୟ ୪ଟି ବଲରେ ୧୭ ରନ୍ କରି ଘରୋଇ ପିଚରେ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଥିଲେ। ଟସ୍ ଜିତି ରାଜସ୍ଥାନ ରୟାଲସ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଘରୋଇ ଟିମ୍ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ରାଜସ୍ଥାନ ରୟାଲସ୍ ଇନିଂସ

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ୍ ୧୮୩ ରନର ଟାର୍ଗେଟ ଦେଇଥିଲା ପ୍ରତିପକ୍ଷ ରାଜସ୍ଥାନ ରୟାଲସ ଟିମ୍କୁ । ଜବାବରେ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୦ ରନ୍ କରିବାରେ ରାଜସ୍ଥାନ ରୟାଲସ ଟିମ୍ ସକ୍ଷମ ହୋଇଥିଲା। ରାଜସ୍ଥାନ ପକ୍ଷରୁ ପ୍ରମୁଖ ବ୍ୟାଟସମ୍ୟାନ ଜୋସ ବଟଲର ୨୩ ରନ୍, ସଞ୍ଜୁ ସାମସନ ୨୭ ରନ୍, ରାହୁଲ ତ୍ରିପାଠୀ ୫୦ ରନ୍ କରିବାରେ ସକ୍ଷମ ହୋଇଥିଲେ।

ପଞ୍ଜାବ ପକ୍ଷରୁ କ୍ୟାପଟେନ ଆଶ ଅଶ୍ଵୀନ ୪ ଓଭରରେ ୨୪ ରନ ଦେଇ ୨ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ।  ସେହିପରି ଏମ୍. ଅଶ୍ବୀନ ୪ ଓଭରରେ ୨୪ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ। ମୋହମ୍ମଦ ଶାମି ଏବଂ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

କିଙ୍ଗସ ଏକାଦଶ ଇନିଂସ

ପ୍ରଥମେ ବ୍ୟାଟିଂ କରି କିଙ୍ଗସ ଏକାଦଶ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ କରିବାରେ ସକ୍ଷମ ହୋଇଥିଲେ। ପଞ୍ଜାବ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୫୨ ରନ୍ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଡେବିଡ ମିଲର ୪୦, କ୍ରିସ ଗେଲ୍ ୩୦ ଏବଂ ମୟଙ୍କ୍ ଅଗ୍ରୱାଲ ୨୬ ରନ୍ ଦଳ ପାଇଁ ସଂଗ୍ରହ କରିଥିଲେ। ତେବେ ଇନିଂସର ଅନ୍ତିମ ସମୟରେ ଆସିଥିଲେ କ୍ୟାପଟନେ ଆର. ଅଶ୍ବୀନ। ୪ଟି ବଲରେ ୧୭ ରନ କରିବାରୁ ଦଳ ୧୮୨ ରନ କରିବାରେ ସଫଳ ହୋଇଥିଲା।

ପ୍ରଥମେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର କ୍ରିସ୍ ଗେଲଙ୍କୁ ୩୦ ରନରେ ଆଉଟ କରିଥିଲେ। ଏହାପରେ ଇଶ ସୋଢି ୮ ଓଭରରେ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ମିଲର ଓ କେଏଲ ରାହୁଲ ପଞ୍ଜାବ ପାଇଁ ୯୫ ରନ ମିଶି ସଂଗ୍ରହ କରିଥିଲେ। ହେଲେ ୧୮ ଓଭର ପ୍ରଥମ ବଲରେ ଉନାଦକଟ କେଏଲ ରାହୁଲଙ୍କୁ ଆଉଟ୍ କରିଥିଲେ, ଏହାପରେ ନିକୋଲସ ପୁରନ ଆର୍ଚରଙ୍କ ବଲର ଆଉଟ୍ ହୋଇଥିବା ବେଳେ ମନଦୀପ ସିଂହ ମଧ୍ୟ କୌଣସି ରନ୍ କରି ନପାରି ପାଭିଲିଓନକୁ ଫେରିଥିଲେ। ଶେଷରେ ପଞ୍ଜାବ ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରୁଥିବା ମିଲର ୨୭ ବଲରେ ୪୦ ରନ କରି ଧବଲ କୁଲକର୍ଣ୍ଣିଙ୍କ ବଲରେ ଆଉଟ୍ ହୋଇଥିଲେ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ୱିକେଟ୍ ନେଇଥିବା ବେଳେ ଅନ୍ୟମାନେ ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ।



from Odisha Reporter http://bit.ly/2GoXdLU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages