
ନୂଆଦିଲ୍ଲୀ: ମାଲେଗାଁଓ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ସାକ୍ଷାତକାରରେ ଦେବା ବେଳେ ସେ ବିରେଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ସାଧ୍ୱୀ ଦୋଷୀ ବୋଲି ପ୍ରମାଣିତ ହୋଇ ନାହାଁନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଦଳର ନେତା ଜାମିନରେ ରହିଛନ୍ତି। ଆଗ ସେମାନଙ୍କ ନେତା ନିର୍ବାଚନରେ ପ୍ରାର୍ଥୀ ହେବା ଠିକ୍ କି ବୋଲି ଜବାବ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାଧ୍ୱୀ ପ୍ରଜ୍ଞା ପ୍ରାର୍ଥୀ ହେଲେ କଂଗ୍ରେସକୁ ଉଚିତ୍ ଜବାବ ମିଳିବ ବୋଲି ସେ କହିଛନ୍ତି।
समझौता एक्सप्रेस का फैसला आया तो सत्य सामने आ गया।
बिना सबूत के दुनिया में जिस संस्कृति ने वसुधैव कुटुम्बकम का संदेश दिया उसे ही आतंकवादी कह दिया।
ये कांग्रेस को महंगा पड़ने वाला है: पीएम श्री @narendramodi #PMModiOnTimesNow pic.twitter.com/nTSvi4RUJt
— BJP (@BJP4India) April 19, 2019
ଦେଶରେ ଗୋଟିଏ ପରିବାର ଦୁର୍ନୀତି ମାମଲାରେ ଜାମିନରେ ରହି ନିର୍ବାଚନ ଲଢୁଛନ୍ତି, ସେହିପରି ୧୯୮୪ ଶିଖ ଦଙ୍ଗା ଘଟଣାରେ ଅଭିଯୁକ୍ତ ମାନେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, କଂଗ୍ରେସ ସରକାର ବେଳେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ସେମାନେ ଯଦି ନିର୍ବାଚନ ଲଢିପାରିବେ, ସାମ୍ବିଧାନିକ ପଦ ପଦବୀରେ ରହି ପାରିବେ ତାହେଲେ ସାଧ୍ୱୀ ପ୍ରଜ୍ଞା କାହିଁକି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏଥି ସହ ଆମେଠି ଓ ରାଏବରେଲି ସାଂସଦ ଦୁର୍ନୀତି କରି ଜାମିନରେ ଅଛନ୍ତି, ସେମାନେ କିଭଳି ନିର୍ବାଚନ ଲଢୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ‘କଂଗ୍ରେସ ମିଛ ଓ ଗୁଜବ ଖବର ତିଆରି କରିବାରେ ମାହିର ଏହା ମୁଁ ଭଲ ଭାବରେ ଜାଣେ। ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସ ଅନେକ ଏମିତି ମିଛ ଖବର ମୋ ବିରୋଧରେ ଓ ମୋ ଦଳ ବିରୋଧରେ ତିଆରି କରିଛି ହେଲେ ଲୋକମାନେ ଏହାର ଜବାବ ଦେଇଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ଭୋପାଳ ଲୋକସଭା ଆସନରୁ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି । ଜଣେ ବିସ୍ଫୋରଣ ଘଟଣାର ଅଭିଯୁକ୍ତକୁ ବିଜେପି ଟିକେଟ ଦେବା ତା’ର ନୀତି ନୈତିକତା ହରାଇଛି ବୋଲି ବିରୋଧୀ କହିଛନ୍ତି। ତେବେ ସାଧ୍ୱୀ ଏହାର ଜବାବରେ କହିଛନ୍ତି ବିସ୍ଫୋରଣ ଘଟଣାରେ ସେ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇ ନାହିଁ। ଏବେ ସେ ଜାମିନରେ ଅଛନ୍ତି। ପୂର୍ବ କଂଗ୍ରେସ ସରକାର ଜାଣିଶୁଣି ମୋତେ ଏହି ମାମଲାରେ ଉଦ୍ଦେଶ୍ୟମୂଳକ ଭାବରେ ଛନ୍ଦିଛି। ଏବଂ ‘ହିନ୍ଦୁ ଆତଙ୍କବାଦୀ’ର ଆଖ୍ୟା ଦେବାକୁ ପ୍ରୟାସ କରିଛି।
from Odisha Reporter http://bit.ly/2IvqWXg
No comments:
Post a Comment