ମୁଁ ବାପାଙ୍କ ପାଇଁ କାହିଁକି ନିର୍ବାଚନ କରିବି, ସେ କ’ଣ ମୋ ପାଇଁ କରନ୍ତି: ସୋନାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ମୁଁ ବାପାଙ୍କ ପାଇଁ କାହିଁକି ନିର୍ବାଚନ କରିବି, ସେ କ’ଣ ମୋ ପାଇଁ କରନ୍ତି: ସୋନାକ୍ଷୀ

sona

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କଲଙ୍କ’ରେ ସୋନାକ୍ଷୀ ସିହ୍ନାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। କିନ୍ତୁ ଏକ ସାକ୍ଷାତକାରରେ ନିଜ ବାପାଙ୍କୁ ନେଇ ସେ ଏମିତି କଥା କହିଥିଲେ ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଜାଣିଛନ୍ତି ସେ କ’ଣ କହିଥିଲେ। ସେ କହିଥିଲେ ସେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ ପ୍ରଚାର କରନ୍ତି ନାହିଁ। କାହିଁକି ନା ତାଙ୍କ ବାପା ତାଙ୍କ ଫିଲ୍ମ ପାଇଁ ପ୍ରଚାର କରନ୍ତି ନାହିଁ। ତାଙ୍କୁ ସେହି ସାକ୍ଷାତକାରର ଅନେକ ପ୍ରଶ୍ନ ପଚରାଯାଇଥିଲା। ତେବେ ଚାଲନ୍ତୁ ଜାଣିବା ତାଙ୍କୁ କ’ଣ ପଚରା ଯାଇଥିଲା ଆଉ ତା’ର ଉତ୍ତରରେ ସେ କ’ଣ କହିଥିଲେ।

ପ୍ରଶ୍ନ: ଆପଣଙ୍କ ବାପା ନିର୍ବାଚନ  ଲଢୁଛନ୍ତି , ଆପଣ ତାଙ୍କ ପାଇଁ କେବେ ପ୍ରଚାର କରିବାକୁ ଯିବେ?
ସୋନାକ୍ଷୀ: ମୋତେ  ଲାଗେ ନାହିଁ କି ବାପା ମୋଠାରୁ ଏହି ଆଶା ରଖୁଥିବେ କି ମୁଁ ପ୍ରଚାର କରିବାକୁ ଯିବି। କାରଣ ମୋତେ ରାଜନୀତିରେ କୌଣସି ଇଚ୍ଛା ନାହିଁ। ରାଜନୀତି ତାଙ୍କ କାମ, ଆଉ ଅଭିନୟ କରିବା ମୋ କାମ। ଯେତେବେଳେ ମୋର କୌଣସି ଫିଲ୍ମ ରିଲିଜ୍‌ ହୁଏ ସେତେବେଳେ ସେ ମୋ ପାଇଁ ପ୍ରଚାର କରିବାକୁ ଆସନ୍ତି ନାହିଁ । ମୁଁ କାହିଁକି ତାଙ୍କ ପାଇଁ ପ୍ରଚାର କରିବାକୁ ଯିବି।

ପ୍ରଶ୍ନ: ଆଜିକାଲି ବଲିଉଡ୍‌ରେ ନିର୍ବାଚନର କ୍ରେଜ୍‌ ଖୁବ୍‌ ଦେଖିବାକୁ ମିଳୁଛି, ଏଥିରେ ଆପଣ କ’ଣ କହିବେ?
ସୋନାକ୍ଷୀ: ଯଦି ଆପଣ ବଲିଉଡ୍‌ ଷ୍ଟାରଙ୍କ ଦ୍ୱାରା କୌଣସି ରାଜନେତାଙ୍କୁ ସପୋର୍ଟ କରୁଛନ୍ତି, ତେବେ ଏମିତି ତ ସବୁବେଳେ ହେଉଥାଏ। କାହିଁକିନା ସବୁବେଳେ କେହିନା କେହି କାହାକୁ ସପୋର୍ଟ କରୁଥାନ୍ତି। ଆଉ ଏଥରକ ଅନେକ ନେତାଙ୍କୁ ବିରୋଧ କରାଯାଉଛି। ତେବେ ଏହାର କାରଣ ହେଉଛି ଗତ ୫ ବର୍ଷରେ ଏମିତି କିଛି ହୋଇଥିବ ଯାହା ଲୋକଙ୍କୁ ଭଲ ଲାଗିନଥିବ।  ତେଣୁ ସେମାନେ ବିରୋଧ କରୁଥାନ୍ତି।

ପ୍ରଶ୍ନ: ଦିଲ୍ଲୀ ଆସି  କିପରି ଲାଗୁଛି?
ସୋନାକ୍ଷୀ: ମୋତେ ଖୁବ୍‌ ଭଲ ଲାଗୁଛି। ମୁଁ ଏଠି ମୋର ଅନେକ ଫିଲ୍ମର ଶୁଟିଂ କରିଛି। ମୋତେ ଏଠିକାର ଲୋକ ଖୁବ୍‌ ଭଲ ପାଇବା ଦେଇଛନ୍ତି। ଏହାଛଡ଼ା ଫିଲ୍ମର ପ୍ରମୋଶନ୍‌ ପାଇଁ ଅନେକ ଥର ଦିଲ୍ଲୀ ଆସିଛି।

ପ୍ରଶ୍ନ: ‘କଲଙ୍କ’ରେ ଆପଣଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି, ଏଥିରେ ଆପଣ କ’ଣ କହିବେ?
ସୋନାକ୍ଷୀ: ମୁଁ କଲଙ୍କ ପାଇଁ ଖୁବି ଉତ୍ସାହିତ ଅଛି। କାହିଁକି ନା ଏହି ଫିଲ୍ମ ସହ ଖୁବ୍‌ ଅଧିକ ସମୟରୁ ଜଡ଼ିତ ଅଛନ୍ତି। ଏହା ଛଡ଼ା ଏହି ଫିଲ୍ମର ସେଟ୍‌ ଓ ଲୋକେସନ୍‌ ବହୁତ ଖାସ୍‌ ଥିଲା। ଏହି ଫିଲ୍ମରେ ମୁଁ ବହୁତ ପରିଶ୍ରମ କରିଛି। ଏତେ ପରିଶ୍ରମ ପରେ ଏହାକୁ ସ୍କ୍ରିନ୍‌ରେ ଦେଖିବା ଏକ ଭିନ୍ନ  ଅନୁଭୂତି।

ପ୍ରଶ୍ନ: ଏମିତି ଲାଗୁନି ଆପଣଙ୍କ ଚରିତ୍ର ବହୁତ ଛୋଟ?

ସୋନାକ୍ଷୀ: ଯଦି ଫିଲ୍ମର ଭଲ ପାଇଁ ନିର୍ଦ୍ଦେଶକ କୌଣସି ଚରିତ୍ରକୁ ଛୋଟ କରିଛନ୍ତି ତେବେ ଏଥିରେ ଭୁଲ୍‌ କ’ଣ। ତେବେ ଆମେ ବ୍ୟକ୍ତିଗତ ଅଭିନୟ ଦେଖାଇବା ପରିବର୍ତ୍ତେ ଫିଲ୍ମ ଭଲ ଭାବରେ ଉପସ୍ଥାପନ କରିବା ସବୁଠୁବଡ଼ କଥା। ଆଉ ଫିଲ୍ମରେ ସମସ୍ତଙ୍କ ଚରିତ୍ର ଖୁବ୍‌ ଜବରଦସ୍ତ ଥିଲା।



from Odisha Reporter http://bit.ly/2GrbOXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages