କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା; କହିଲେ-ନିରଞ୍ଜନ ମଦ ଦୋକାନୀ ଓ ସୁନ୍ଦରୀଙ୍କୁ ଦେଖି ଟିକେଟ ଦେଇଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା; କହିଲେ-ନିରଞ୍ଜନ ମଦ ଦୋକାନୀ ଓ ସୁନ୍ଦରୀଙ୍କୁ ଦେଖି ଟିକେଟ ଦେଇଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବାବେଳେ କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା।

ଇସ୍ତଫା ଦେବା ପରେ ସୁମିତ୍ରା ଜେନା କହିଛନ୍ତି,“ ଯେଉଁମାନେ କଂଗ୍ରେସରେ ପତାକା ଧରିନାହାନ୍ତି, ସେମାନଙ୍କୁ ପିସିସି ସଭାପତି ଟିକେଟ ଦେଇଛନ୍ତି।”

ସେ ଆହୁରି ଅଭିଯୋଗ କରିଛନ୍ତି ଯେ,ଯେଉଁମାନଙ୍କର ପ୍ରଚୁର ପଇସା ଅଛି, ଯେଉଁ ମହିଳାମାନେ ସୁନା ମଣ୍ଡି ହୋଇ ଆସୁଛନ୍ତି, ଯେଉଁମାନଙ୍କ ଚେହେରାରେ ସୌନ୍ଦର୍ଯ୍ୟ ଅଛି ଓ ଯାହାର ୧୦ରୁ ୧୨ଟି ମଦ ଦୋକାନ ଅଛି ସେମାନେ ଟିକେଟ ପାଇଛନ୍ତି।”

ସେ  କହିଛନ୍ତି,“ ପିସିସି ସଭାପତିଙ୍କ ମନମୁଖୀ କାର୍ଯ୍ୟପାଇଁ ମୁଁ କଂଗ୍ରେସ ଛାଡ଼ୁଛି। ବିଜେଡିକୁ ଜିତାଇବାକୁ ନିରଞ୍ଜନ ପ୍ଲାନ କରୁଥିବା ମୁଁ ଭାବୁଛି। ନିରଞ୍ଜନ କଂଗ୍ରେସ ଦଳକୁ ସକୁନି ହୋଇ ଆସିଛନ୍ତି। ସେ ପ୍ରତିଶୋଧ ନେବାକୁ ଦଳକୁ ଆସିଥିଲେ। ସେ ସକୁନି ରୋଲ କରୁଛନ୍ତି। ଦ୍ରୌପଦିଙ୍କ ଲୁହରେ ଯେପରି କୁରୁ ବଂଶ ନଷ୍ଟ ହୋଇଯାଇଥିଲା, ସେହିପରି ଓଡ଼ିଶା କଂଗ୍ରେସ ମହିଳାମାନଙ୍କ ଲୁହରେ ଧ୍ୱସଂ ହେଇଯିବ।”



from Odisha Reporter http://bit.ly/2KlsLb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages