ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ୱତନ୍ତ୍ର କୋର୍ଟରେ ପ୍ରଦୀପ ମରାରଥୀଙ୍କ ମାମଲାର ଶୁଣାଣି ହେବ।

ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିବାରୁ ଝାରପଡ଼ା ଜେଲକୁ ମହାରଥୀଙ୍କୁ ପଠାଇ ଦିଆଯାଇଥିଲା।
ସୂଚନା ଅନୁଯାୟୀ, ମହାରଥୀଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ଚଢାଉ ପାଇଁ ଯାଇଥିବା ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ ଓ ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ ହୋଇଥିଲା। ନିଜେ ମହାରଥୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ପାଇବା ପରେ ମହାରଥୀଙ୍କୁ ଗିରଫ କରିଥିଲା



from Odisha Reporter http://bit.ly/2ITJPSP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages