ମୃତ୍ୟୁ ପରେ କେଉଁ ଫଟୋରେ ଫ୍ରେମ୍‌ ହେବାକୁ ଚାହୁଁଛନ୍ତି ଟ୍ୱିଙ୍କିଲ୍‌ ଜାଣନ୍ତୁ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ମୃତ୍ୟୁ ପରେ କେଉଁ ଫଟୋରେ ଫ୍ରେମ୍‌ ହେବାକୁ ଚାହୁଁଛନ୍ତି ଟ୍ୱିଙ୍କିଲ୍‌ ଜାଣନ୍ତୁ …

ମୁମ୍ୱାଇ:  ବଲିଉଡ଼ର ଖିଲାଡ଼ି ମାଷ୍ଟର ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କିଲ୍‌ ଖନ୍ନା ସବୁବେଳେ ସୋଶାଲ ମିଡ଼ିଆରେ ଆକ୍ଟିଭ ଥାନ୍ତି। କେତେବେଳେ ସେ  ସ୍ୱାମୀ ଅକ୍ଷୟ କୁମାରଙ୍କ କ୍ଲାସ୍‌ ନେବାର ନଜର ଆସନ୍ତି ତ କେତେବେଳେ ନିଜ ପିଲାଙ୍କ ସହ ମସ୍ତି କରୁଥିବା ଦେଖାଯାଇଥାନ୍ତି।  ନିଜ ଫ୍ୟାମିଲି ସହ ହଲିଡ଼େରେ ଯାଇଥିବା ବେଳେ ‘ ଆପନା ଟାଇମ୍‌ ଆୟେଗା’  ଭିଡ଼ିଓରେ ତାଙ୍କ ଡ୍ୟାନ୍ସ ଖୁବ ଭାଇରାଲ ହୋଇଥିଲା।

ଏବେ ଟ୍ୱିଙ୍କିଲ୍‌ ଚର୍ଚ୍ଚାକୁ ଆସିବାର କାରଣ ହେଲା ତାଙ୍କର ଏକ ନୂଆ ଫଟୋ । ଟ୍ୱିଙ୍କିଲ ନିଜ ସୋଶାଲ ମିଡ଼ିଆ ଆକାଉଣ୍ଟରେ ଏହି ନୂଆ ଫଟୋ ପୋଷ୍ଟ କରି ଏକ ମଜାଦାର କ୍ୟାପସନ୍‌ ଦେଇଛନ୍ତି। ଟ୍ୱିଙ୍କିଲ ଲେଖିଛନ୍ତି ‘ ଯେବେ ମୁଁ ନ ରହିବି, ମୋର ଏହି ଫଟୋ ବ୍ୟବହାର କରାଯିବ’। ଏହାଦ୍ୱାରା ସେ ଫ୍ୟାନ୍‌ଙ୍କ ନଜରକୁ ଆସି ପାରିଛନ୍ତି।

ଟ୍ୱିଙ୍କିଲ ନିଜ ଇନଷ୍ଟାଗ୍ରାମ୍‌ ଓ ଟ୍ୱିଟରରେ  ଏହି ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଆଶା କରୁଛି, ଆପଣଙ୍କୁ ମୋର ଏହି ଫଟୋ ପସନ୍ଦ ଆସିବ। ଏହା  ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ  ହୋଇ ରହିବ। ଫଟୋଗ୍ରାଫରଜଣକ ମୋ ଅନ୍ତର ଆତ୍ମାକୁ କ୍ୟାମେରା ଫ୍ରେମ୍‌ରେ କଏଦ କରିପାରିଛନ୍ତି। ଆଶା କରୁଛି ଯେବେ ମୁଁ ଏହି ଦୁନିଆରେ ନ ରହିବି ଏହି ଫଟୋକୁ  ବଡ କରି ଏକ ଫ୍ରେମ୍‌ ଲଗାଯିବ।  ଏହାପରେ ଏହି ଫଟୋରେ ମାଳା ପକାଯିବ ଓ ପ୍ରେୟାର ମିଟିଙ୍ଗରେ ସମସ୍ତେ ଏହି ଫଟୋ ଦେଖିବେ।  ଟ୍ୱିଙ୍କିଲ ଏହି ଫଟୋ ପଛରେ ଲେଖିଛନ୍ତି‘ ଡେନଞ୍ଜର, କିପ୍‌ ଆଉଟ୍‌’।

‘ବରଷାତ’  ଫିଲ୍ମ ଜରିଆରେ ବବି ଦେଓଲଙ୍କ ସହ ବଲିଉଡ଼ରେ ଡେବ୍ୟୁ କରିଥିବା ଟ୍ୱିଙ୍କିଲ୍‌ ବେଶି ଦିନ ଫିଲ୍ମ ଲାଇନ୍‌ରେ ତିଷ୍ଠି ପାରି ନ ଥିଲେ। ‘ମେଲା’ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେବା ପରେ ସେ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ।  ଏବେ ସେ ଲେଖାଲେଖିରେ ମନୋନିବେଶ କରି ୩ଟି ବହି ଲେଖି ସାରିଛନ୍ତି ଏବଂ ଏକ ରେଗୁଲାର କଲମ୍‌ ମଧ୍ୟ ଲେଖୁଛନ୍ତି। ଏହାବ୍ୟତୀତ ସେ ଜଣେ ଫିଲ୍ମ ପ୍ରଡ୍ୟୁସର ମଧ୍ୟ।



from Odisha Reporter http://bit.ly/2Uy1Ddu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages