“ମୁଁ ବି ଯୌନ ଶୋଷଣର ଶିକାର ହୋଇଛି ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

“ମୁଁ ବି ଯୌନ ଶୋଷଣର ଶିକାର ହୋଇଛି ”

ମୁମ୍ବାଇ: ଫିଲ୍ମି ବ୍ୟାକ୍‌ଗ୍ରାଉଣ୍ଡରୁ ନ ଆସି ମଧ୍ୟ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ,  ହଲିଉଡ଼ରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜ କ୍ୟାରିଅରରେ ସେ ବହୁତ ହିଟ୍‌ ଫିଲ୍ମ ଦେଇଥିବା ବେଳେ ସବୁବେଳେ ଲାଇମଲାଇଟ୍‌ରେ ରହି ଆସିଛନ୍ତି। ଏବେ କିନ୍ତୁ ସେ, ନିଜ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।  ପ୍ରିୟଙ୍କା କହିଛନ୍ତି ଯେ, “ମୋ ସହ ମଧ୍ୟ ଯୌନ ଶୋଷଣ ହୋଇଥିଲା”। ଆଉ ଏହି କଥା କହିବା ପାଇଁ ସେ ଲାଜ ମଧ୍ୟ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।

ନିକଟରେ ନ୍ୟୁୟର୍କରେ ହୋଇଥିବା ୧୦ମ ବାର୍ଷିକ ମହିଳା ସମ୍ମିଳନୀରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମିଲ ହୋଇଥିଲେ। ଆଉ ଉକ୍ତ ସମ୍ମିଳନୀରେ  ନିଜ ବିଷୟରେ ଏହି କଥା କହି  ସମସ୍ତଙ୍କୁ ଚକିତ କରିଦେଇଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା ଯୋଗ ଦେଇଥିବା ଉକ୍ତ ସମ୍ମିଳନୀରେ ସାରା ଦୁନିଆର ମହିଳାମାନଙ୍କୁ ପ୍ରଭାବିତ କରୁଥିବା ଗୁତୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।ମହିଳାମାନଙ୍କ ସହ ହେଉଥିବା ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ମଧ୍ୟ ସେଠାରେ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା।  ଏ ବିଷୟରେ ପ୍ରିୟଙ୍କା ନିଜ ମତ ରଖି ଏହି କଥା ନଲୁଚାଇ ନିଜେ ଏହାର ଶୀକାର ହୋଇଥିବା କହିଥିଲେ।

ପ୍ରିୟଙ୍କା କହିଥିଲେ,ଏମିତି ଲାଗୁଛି  “ମହିଳାମାନଙ୍କ ସହ ଯୌନ ଉତ୍ପୀଡ଼ନ ଶବ୍ଦ ଯୋଡ଼ି ହୋଇ ଆସିଛି। ଏବେ ଏହି ବିଷୟରେ ଜଣେ ଅନ୍ୟ ଜଣଙ୍କୁ ସମର୍ଥନ ଦେବାରୁ ଲୋକେ ଆମକୁ ଚୁପ୍‌ କରାଇପାରୁନାହାନ୍ତି। ଆଉ ଏଥିରୁ ଆମକୁ ବହୁତ ସାହସ ମିଳୁଛି”।

ଆହୁରି ମଧ୍ୟ ସେ କହିଥିଲେ ଯେ, ଗୋଟେ ରୁମ୍‌ରେ କାହାକୁ ନା କାହାକୁ ଏହାର ସାମ୍ନା କରିବାକୁ ପଡ଼ିଥାଏ। ଆମ ପାଖରେ ଏକ ସ୍ୱର ଥାଏ ଯାହାକୁ କେହି ଶୁଣନ୍ତି ନାହିଁ। ଯଦି ମୋ ପାଖରେ ମଧ୍ୟ ସେହିଭଳି କିଛି କାହାଣୀ ଅଛି ତାହାଲେ ମୁଁ ଏବେ ଏକା ନାହିଁ। ଆଉ ମତେ ଏହି କଥା କହିବାକୁ  ଲାଜ ମଧ୍ୟ ଲାଗୁ ନାହିଁ।

ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ବିଗତ କିଛି ଦିନରେ ବଲିଉଡ୍‌ରେ ମି’ଠୁକୁ #MeToo ନେଇ ବହୁତ ସ୍ୱର ଉଠିଥିଲା। ବଲିଉଡ୍‌ର ବହୁ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଯୌନ ଶୋଷଣର ଶୀକାର ହୋଇଥିବା ଖୁଲାସା କରିଥିଲେ।

ତେବେ ବଲିଉଡ୍‌ ଅଭିନେତା ନାନା ପାଟେକର୍‌, ସାଜିଦ୍‌ ଖାନ୍‌, ଆଲୋକ ନାଥଙ୍କ ଭଳି ବହୁ ସେଲିବ୍ରିଟି ମି‘ଠୁ ଅଭିଯୋଗରେ ଫସିଥିଲେ।



from Odisha Reporter http://bit.ly/2X7pvRO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages